ବନ୍ଧୁ ଟ୍ରେନରେ ଛାଡି ଆସିଥିଲେ ଦୁଇ କେଜି ମିଠାଦହି, ଟୁଇଟ ପରେ ରେଲୱେ ଦେଲା ଏପରି ଉତ୍ତର

ଭାରତୀୟ ରେଳବାଇ ଟ୍ରାକରେ ଠିକ ସମୟରେ ନ ପହଞ୍ଚିପାରେ ସତ କିନ୍ତୁ ସୋସିଆଲ ମିଡିଆରେ ଏହା ସବୁବେଳେ ଆକ୍ଟିଭ ହୋଇ ରହିଥାଏ । ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ରେଲୱେର ଖୁବ ତାରିଫ କରାଯାଇଥିଲା । ଘଟଣା ଏହା ଥିଲା ଯେ ଏକ ପୁଅ ଯାତ୍ରା କରିବା ସମୟରେ ତାଙ୍କ ମା’ଙ୍କ ସହ ଫୋନରେ ଯୋଗାଯୋଗ କରିପାରୁନଥିଲେ ବୋଲି ରେଲୱେକୁ ଟୁଇଟ କରି ଜଣାଇଥିଲେ । ଏହାପରେ ରେଲୱେ ପୁଅଟିକୁ ତାଙ୍କ ମା’ଙ୍କ ସହ ଯୋଗାଯୋଗ କରାଇଥିଲେ ।

ନିକଟରେ ପୁଣିଥରେ ଏକ ଏପରି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ନିଶ୍ଚୟ ରେଲୱେକୁ ଧନ୍ୟବାଦ ଜଣାଇବେ । ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଦୁଇ କିଲୋ ମିଠା ଦହି ଟ୍ରେନରେ ଛାଡ଼ି ଆସିଥିଲେ । ଏହାପରେ ତାଙ୍କର ଜଣେ ବନ୍ଧୁ ରେଳୱେକୁ ଟୁଇଟ କରି ଏହିକଥା ଜଣାଇଥିଲେ । ଟ୍ୱିଟରରେ ‘ଏମାନ ବାସୁ’ ନାମକ ଜଣେ ବ୍ୟକ୍ତି ଲେଖିଥିଲେ ଯେ ମୋର ବନ୍ଧୁ ଟ୍ରେନ ନମ୍ବର ୨୩୧୫୪ ଗୌର ଏକ୍ସପ୍ରେସର କୋଚ B1 ବର୍ଥ ନମ୍ବର ୧୫ ତଳେ ଦୁଇ କିଲୋ ‘ମିଷ୍ଟି ଦହି’ର ପ୍ୟାକେଟ ଛାଡି ଆସିଛନ୍ତି ଏବଂ ସେ ନିଜର ଟୁଇଟରେ ‘ରେଲୱେ ସେବା’କୁ ଟ୍ୟାଗ କରିଥିଲେ ।

ଏହାପରେ ରେଲୱେ ବ୍ୟକ୍ତିଙ୍କୁ ଏହାର ଜବାବ ଦେବା ସହ ଆରପିଏଫକୁ ତଦନ୍ତ କରିବା ପାଇଁ କହିଥିଲା ।

ପରେ ରୁଜୁ ହେଲା ଦହି ଖାଇବା ମାମଲା

ମିଳିଲା ନାହିଁ ଦହି ପ୍ୟାକେଟ

ଶେଷରେ ୟୁଜର ରେଲୱେକୁ ଧନ୍ୟବାଦ ଜଣାଇଲେ

‘ ଭାରତୀୟ ରେଲୱେ ଆପଣଙ୍କ ସେବା ପାଇଁ ସର୍ବଦା ତତ୍ପର ରହିଥାଏ..’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.