ମହାନତା ଦେଖାଇଲେ ଆଦିତ୍ୟ ଚୋପ୍ରା, ଦିନ ମଜୁରିଆ ଓ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆରମ୍ଭ କଲେ‘ସାଥୀ କାର୍ଡ’

ସିନେମା ଜଗତରେ କାର୍ଯ୍ୟରତ ଶ୍ରମିକ ଓ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା। କରୋନା ସଙ୍କଟ ମଧ୍ୟରେ ହିନ୍ଦୀ ସିନେ ଜଗତରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଲୋକ ଓ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଶନିବାର ଦିନ ଆଦିତ୍ୟ ‘ସାଥୀ କାର୍ଡ’ ଯୋଜନା ଆରମ୍ଭ କରିଛନ୍ତି। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବି ବ୍ୟବହାର କରି ହେବ।

ଏ ନେଇ ସୂଚନା ଦେବା ଅବସରରେ ଆଦିତ୍ୟ ଚୋପ୍ରା କହିଛନ୍ତି, ଏହି ଯୋଜନାରେ ‘ଦ ୟଶ ଚୋପ୍ରା ଫାଉଣ୍ଡେସନ୍‌’ରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବୀମା, ସ୍କୁଲ ଭତ୍ତା, ରାସନ ସାମଗ୍ରୀ, ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ଅନ୍ୟ ଲାଭ ଉପଲବ୍ଧ କରାଯିବ।

ଆଦିତ୍ୟ ଚୋପ୍ରାଙ୍କ ବ୍ୟାନର ‘ୟଶରାଜ ଫିଲ୍ମସ୍‌’ର ବରିଷ୍ଠ ଉପାଧ୍ୟକ୍ଷ ଅକ୍ଷୟ ବିଧାନୀ କହିଛନ୍ତି, ଫିଲ୍ମ ଜଗତର ମୂଳଦୁଆଙ୍କୁ ସାହାଯ୍ୟ କରିବା ସାଥୀ କାର୍ଡର ଲକ୍ଷ୍ୟ। ଯେଉଁମାନେ ଫିଲ୍ମଦୁନିଆର ମେରୁଦଣ୍ଡ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଏହା ଏକ ଉଦ୍ୟମ ମାତ୍ର। ଏମାନଙ୍କୁ ଏବେ ସାହାଯ୍ୟ କଲେ ଭବିଷ୍ୟତରେ ଆମ ଇଣ୍ଡଷ୍ଟ୍ରୀ ସୁରକ୍ଷିତ ରହିବ। ଆଗକୁ ଏମାନଙ୍କ ଜୀବନ ଧାରଣ ମାନକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା କରୁଛୁ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.