ଶ୍ୱେତାଙ୍କ ସହ ହନିମୁନ୍‌ ରୁ ଫେରିଲେ ଆଦିତ୍ୟ ନାରାୟଣ, ‘ଇଣ୍ଡିଆନ୍‌ ଆଇଡଲ୍‌’ସେଟ୍‌ରେ ଆସିଲେ ନଜର

ଟେଲିଭିଜନର ଲୋକପ୍ରିୟ ପରିଚାଳକ ଏବଂ ସିଙ୍ଗର୍‌ ଆଦିତ୍ୟ ନାରାୟଣ ଗତ ୧ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଦିତ୍ୟ ମଡେଲର୍‌ ଶ୍ୱେତା ଅଗ୍ରଓ୍ଵାଲଙ୍କୁ ବିବାହ କରିଛନ୍ତି। ବିବାହର ପାଖାପାଖି ୧୦ ଦିନ ପରେ ଆଦିତ୍ୟ ଶ୍ୱେତାଙ୍କ ସହ ହନିମୁନ୍‌ ଯାଇଥିଲେ। କିନ୍ତୁ ବର୍ତ୍ତମାନ ଆଦିତ୍ୟ ଶ୍ୱେତାଙ୍କ ସହ ହନିମୁନ୍‌ ଟ୍ରିପ୍‌ ସାରି ଫେରିଛନ୍ତି। ଏଥିସହ କାମ ମଧ୍ୟ ଆରମ୍ଭ କରିସାରିଛନ୍ତି ଆଦିତ୍ୟ। ଏନେଇ ଆଦିତ୍ୟ ନିଜେ ସୂଚନା ପ୍ରକାଶ କରିଛନ୍ତି।

swetaଆଦିତ୍ୟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ଅଧିକାଂଶ ସମୟରେ ଅନେକ ଫଟୋ ଫ୍ୟାନ୍ସମାନଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ସେ ନିଜ ବିବାହର ଅନେକ ଫଟୋ ମଧ୍ୟ ୌସାସିଆଲ ମିଡିଆରେ ସେୟାର କରିଥିଲେ। ଏହାପରେ ଆଦିତ୍ୟ କଶ୍ମିରରୁ ହନିମୁନ୍‌ ଫଟୋ ମଧ୍ୟ ଫ୍ୟାନ୍ସମାନଙ୍କ ସହ ସେୟାର କରିଥିଲେ। ସେହିଭଳି ଏବେ ସେ ହନିମୁନ୍‌ ରୁ ଫେରି ପୁଣି ଥରେ କାମ ଆରମ୍ଭ କରିଥିବା ସୋସିଆଲ ମିଡିଆରେ ଜଣାଇଛନ୍ତି।

AADITYA_ଆଦିତ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଆଦିତ୍ୟ ଇଣ୍ଡିଆନ୍‌ ଆଇଡଲ୍‌ ର ସେଟ୍‌ ରେ ଥିବାର ନଜର ଆସିଛନ୍ତି। ଏହି ଫଟୋ ସେୟାର କରିବା ସହ ଆଦିତ୍ୟ ଲେଖିଛନ୍ତି, ‘ ହନିମୁନ୍‌ ପରେ ପୁଅ ଅଧିକ ଚମକୁଛି।’ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରି ଆଦିତ୍ୟ କହିଛନ୍ତି, ଏବେ ହନିମୁନ୍‌ ରୁ ଫେରିବା ପରେ କାମ ଉପରେ ପୁରା ନଜର ରହିବ।

Leave A Reply

Your email address will not be published.