ଟିଭି ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କର ବାଥ୍‌ରୁମରୁ ମିଳିଲା ମୃତଦେହ, CIDରେ ଆସିଥିଲେ ନଜର

ମନୋରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କିଛି ଟିଭି ଶୋ’, ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ ଅଭିନୟ କରିଥିବା ଅଭିନେତା ତଥା ମଡେଲ ଆଦିତ୍ୟ ସିଂ ରାଜପୁତଙ୍କର ଦେହାନ୍ତ ହୋଇଛି।

ମନୋରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କିଛି ଟିଭି ଶୋ’, ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ ଅଭିନୟ କରିଥିବା ଅଭିନେତା ତଥା ମଡେଲ ଆଦିତ୍ୟ ସିଂ ରାଜପୁତଙ୍କର ଦେହାନ୍ତ ହୋଇଛି। ଖବର ମୁତାବକ, ତାଙ୍କ ମୃତଦେହ ଘରର ବାଥରୁମରୁ ମିଳିଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କର ମୃତ୍ୟୁ ହୋଇସାରିଥିବା କହିଥିଲେ।

ଆଦିତ୍ୟ ସିଂ ରାଜପୁତ ମାତ୍ର ୩୨ ବର୍ଷର ଥିଲେ। ସେ ମୁମ୍ବାଇର ଅନ୍ଧେରୀରେ ରହୁଥିଲେ। ଆଦିତ୍ୟଙ୍କର ଦୁଇଜଣ ବନ୍ଧୁ ତାଙ୍କ ମୃତଦେହ ବାଥରୁମରେ ପଡ଼ିଥିବାର ଦେଖିବାକୁ ପାଇଥିଲେ, ଏହାପରେ ସେମାନେ ୱାଚମ୍ୟାନ୍ ସହ ମିଶି ଅଭିନେତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ, କିନ୍ତୁ ସେତେବେଳକୁ ଆଦିତ୍ୟ ସବୁଦିନ ପାଇଁ ଆଖି ବୁଜି ସାରିଥିଲେ।

ତେବେ ତାଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ମାତ୍ର ୧୭ ବର୍ଷ ବୟସରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆଦିତ୍ୟ ଟିଭିର ଲୋକପ୍ରିୟ ଶୋ’ CIDର କିଛି ଏପିସୋଡ୍‌ରେ ମଧ୍ୟ ନଜର ଆସିଥିଲେ। ସେ ରିଆଲିଟି ଶୋ’ ସ୍ପ୍ଲିଟ୍ସଭିଲ୍ଲାର ଏକ ଅଂଶ ମଧ୍ୟ ରହିଥିଲେ।

ଏହା ବ୍ୟତୀତ ସୋସିଆଲ ମିଡିଆରେ ବି ଆଦିତ୍ୟ ବହୁତ ସକ୍ରିୟ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୫ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ମୁମ୍ବାଇ ଓସିବାରା ପୋଲିସ୍‌ ଘଟଣାର ତଦନ୍ତ କରୁଛି । ଆଦିତ୍ୟଙ୍କ ମୃତ୍ୟୁ ସ୍ୱାଭାବିକ ନା ସନ୍ଦେହ ଜନକ ତାର ଖୋଳତାଡ଼ କରୁଛି । ମୃତ୍ୟୁ ନେଇ କିଛି ସନ୍ଦେହ ପ୍ରକାଶ ପାଇଲେ ସେହି ଅନୁଯାୟୀ ତଦନ୍ତ କରାଯିବ ବୋଲି ପୋଲିସ୍‌ କହିଛି ।

Leave A Reply

Your email address will not be published.