ସୋନୁ ନିଗମ୍‌ଙ୍କ ‘ମ୍ୟୁଜିକ୍‌ ମାଫିଆ’ ବୟାନକୁ ସମର୍ଥନ ଜଣାଇଲେ ଅଦନାନ୍‌ ସାମି, କହିଲେ ‘ଏମାନେ ସବୁକିଛି…’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମ୍‌ ବା ପରିବାରବାଦ କଥା ଉଠିଛି। ଏବେ ଏହି ମାମଲାରେ ଗାୟକ ସୋନୁ ନିଗମ୍‌ ମଧ୍ୟ ମୁହଁ ଖୋଲିଛନ୍ତି। କେବଳ ସିନେ ଇଣ୍ଡଷ୍ଟ୍ରୀରେ ନୁହେଁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀରେ ମଧ୍ୟ ମାଫିଆ ଥିବା ମୁଦ୍ଦା ଉଠାଇ ସେ ମାମଲାକୁ ଆହୁରି ଗମ୍ଭୀର କରିଦେଇଥିଲେ। ତେବେ ସୋନୁଙ୍କର ଏହି ବୟାନ ପରେ ତାଙ୍କୁ ଅନ୍ୟ କଳାକାର ମଧ୍ୟ ସମର୍ଥନ କରିଛନ୍ତି। ଇତି ମଧ୍ୟରେ ଗାୟକ ଅଦନାନ ସାମି ଏକ ପୋଷ୍ଟ ଲେଖି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

 

View this post on Instagram

 

The Indian Film & Music Industry SERIOUSLY needs a ‘Herculean‘ SHAKE UP. Especially in the context of music, New Singers, Veteran Singers, Music Composers & Music Producers – who are being exploited to the HILT!! “Fall into the DICTAT or you’re OUT”… Why is creativity beyond “CONTROLLED” by those you have no clue about ‘creativity’ & are trying to play GOD?? We have 1.3 Billion people in India by the grace of God- Is all that we have to offer is ‘remakes’ & ‘remixes’? For God sake, STOP THIS & allow the truly talented new & veteran artistes BREATH & give you creative peace Musically & Cinematically!!! Have you, the Movie & Music ‘Mafia’ who have arrogantly entitled yourselves as the ‘self professed & self appointed gods‘ not learned anything from history that you can NEVER control art & the ecosystem of creativity of any field? ENOUGH!! MOVE OVER!! “CHANGE” is here & it’s knocking on your door!! Ready or Not, it‘s coming in! Brace yourselves! As Abraham Lincoln said – “You can fool some of the people some of the time, but you cannot fool all the people all the time!!”

A post shared by Adnan Sami (@adnansamiworld) on

ଅଦନାନ୍‌ ସାମି ସୋନୁ ନିଗମଙ୍କୁ ସମର୍ଥନ କରିଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲମ୍ବାଚଉଡ଼ା ପୋଷ୍ଟ ଲେଖି କହିଛନ୍ତି ‘ଇଣ୍ଡିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏହି ବିଷୟକୁ ଗମ୍ଭୀରତା ସହ ନେବା ଆବଶ୍ୟକତା ରହିଛି। ଖାସ୍‌ କରି ସଙ୍ଗୀତ ସନ୍ଦର୍ଭରେ, ନୂଆ ଗାୟକ, ସଙ୍ଗୀତକାର, ସଙ୍ଗୀତ ନିର୍ମାତାମାନେ ଶୋଷଣ ହେଉଛନ୍ତି। ଅଦନାନ ସାମି ପ୍ରଶ୍ନ କରିଛନ୍ତି ଯେ ‘କ୍ରିଏଟିଭିଟିକୁ କାହିଁକି କଣ୍ଟ୍ରୋଲ କରାଯାଉଛି, ସେ ବି ସେମାନଙ୍କ ଦ୍ୱାରା ଯେଉଁମାନେ କ୍ରିଏଟିଭିଟି ବିଷୟରେ କିଛି ଜାଣିନାହାନ୍ତି। ଆମେ ୧୩୦ କୋଟି ଭାରତର ଲୋକ ଓ ଆମକୁ ସବୁ କିଛି ମିଳୁଛି ଏହା ପରେ ବି ରିମିକ୍‌ ଓ ରିମିକ୍ସ କାହିଁକି?’

Adnan Sami reacts to Sonu Nigam's remarks over 'music mafia' of ...

ସେ କହିଛନ୍ତି ‘ଏବେ ବହୁତ ହୋଇଗଲା। ପରିବର୍ତ୍ତନ ଆପଣଙ୍କ ଦ୍ୱାରରେ ପହଞ୍ଚିଛି। ପ୍ରସ୍ତୁତ ଥାଆନ୍ତୁ କି ନାହିଁ କିନ୍ତୁ ପରିବର୍ତ୍ତନ ନିଶ୍ଚୟ ହେବ। ନିଜେ ନିଜକୁ ସମ୍ଭାଳନ୍ତୁ। ଯେମିତି ଆବ୍ରାହମ୍‌ ଲିଙ୍କନ୍‌ କହିଥିଲେ ଆପଣ କିଛି ଲୋକଙ୍କୁ କିଛି ସମୟ ପାଇଁ ବୋକା ବନାଇପାରିବେ କିନ୍ତୁ ସମସ୍ତଙ୍କୁ ସବୁବେଳେ ବୋକା ବନାଇପାରିବେ ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.