Below header

ଭାରତୀୟ କମ୍ପାନୀ ସିପ୍ଲା ବଜାରକୁ ଆଣିଲା କରୋନା ମେଡିସିନ୍‌, ରୋଗୀ ଉପରେ ମିଳୁଛି ଶତ ପ୍ରତିଶତ ସଫଳତା

ନୂଆଦିଲ୍ଲୀ : ଭାରତର ହେଟରୋ ଲ୍ୟାବ୍ସ ଓ ଗ୍ଲେନ୍‌ମାର୍କ ଫାର୍ମା ପରେ ସିପ୍ଲା ଆଣିଛି କରୋନା ପାଇଁ ସଫଳ ମେଡିସିନ୍‌ । ସିପ୍ଲା ହେଉଛି ଭାରତର ତୃତୀୟ କମ୍ପାନୀ ଯେ କି କରୋନା ପାଇଁ ମେଡିସିନ୍‌ ଆଣିବାରେ ସଫଳତା ପାଇଛି । କମ୍ପାନୀ ମେଡିସିନ୍‌ର ନାମ ରଖିଛି ‘ସିପ୍ରିମ୍‌’ । ଏହାକୁ ଆମେରିକା ମେଡିସିନ୍‌ ନିୟାମକ (ୟୁଏସ୍‌ଏଫ୍‌ଡିଏ) କରୋନା ରୋଗୀଙ୍କ ଜରୁରୀ କାଳୀନ ସ୍ଥିତିରେ ଦେବାକୁ ଅନୁମତି ଦେଇଛି ।

cipla-2

ସିପ୍ଲା କମ୍ପାନୀକୁ ଭାରତୀୟ ମେଡିସିନ୍‌ ମହାନିୟନ୍ତ୍ରକ(ଡିସିଜିଆଇ) ମଧ୍ୟ ଅନୁମତି ଦେଇଛି । ସିପ୍ଲାର ଏହି ମେଡିସିନ୍‌ ‘ରେମ୍‌ଡେସିଭିର’ ଆମେରିକା, ୟୁରୋପ ଓ ଏସିଆର ପ୍ରାୟ ୧୦୬୩ କ୍ରିଟିକାଲ୍‌ ରୋଗୀଙ୍କ ଉପରେ ସଫଳତାର ସହ ପରୀକ୍ଷଣ କରାଯାଇଛି ।

ବିଶେଷ କରି ଯେଉଁ ରୋଗୀମାନେ ଭେଣ୍ଟିଲେଟର ଓ ହାଇ ଅକ୍ସିଜେନ୍‌ ନେଉଥିଲେ ସେମାନେ ଏହି ମେଡିସିନ୍‌ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଦେଖାଯାଇଥିଲା । ଏହି ମେଡିସିନ୍‌ ବ୍ୟବହାର ପରେ କରୋନାରେ ମୃତ୍ୟୁ ହାର ୧୧.୯ ପ୍ରତିଶତରୁ ୭.୧ ପ୍ରତିଶତକୁ ଖସିଯାଇଛି ।

 

cipla-1

ବଣ୍ଟନର ସମାନତା ପାଇଁ ଖୁବ୍‌ ଶୀଘ୍ର ଏହି ମେଡିସିନର ସରକାରୀ ଯୋଗାଣ ସହ ବ୍ୟବସାୟୀକ ଯୋଗାଣ ମଧ୍ୟ ଉପଲବ୍ଧ କରାଯିବ ବୋଲି ସିପ୍ଲା ପକ୍ଷରୁ ପ୍ରକାଶ ପାଇଛି । ତେବେ ଖୋଲା ବଜାରରେ ଏହାର ମୂଲ୍ୟ କ’ଣ ହେବ କମ୍ପାନୀ ଏଯାଏ ଏହା ନିର୍ଦ୍ଧାରଣ କରିନାହିଁ ।

କରୋନା ପାଇଁ ଏବେ ଭାରତୀୟ ମେଡିସିନ୍‌ କମ୍ପାନୀ ପକ୍ଷରୁ ୩ଟି ମେଡିସିନ୍‌ ଉପଲବ୍ଧ ହୋଇଛି । ଏଥି ପୂର୍ବରୁ ଗ୍ଲେନ୍‌ମାର୍କ ଫାର୍ମା ମଧ୍ୟ କରୋନା ପାଇଁ ମେଡିସିନ୍‌ ତିଆରି କରିଛି । ଯାହାର ନାମ ରଖିଛି “ଫାବି ଫ୍ଲୁ “।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.