ବିଗ୍‌ବସ୍‌ ୧୫ରେ ଏଣ୍ଟ୍ରି କରିବା ପୂର୍ବରୁ ହିଁ ଫେରିଆସିଲେ ଅଫ୍‌ସାନା ଖାନ୍‌, ଦେହ ଖରାପ ହେବାରୁ ଛାଡ଼ିଲେ ଶୋ’

ବିଗ୍‌ବସ୍‌ ୧୫ରେ ଏଣ୍ଟ୍ରି କରିବା ପୂର୍ବରୁ ହିଁ ଶୋ’ ଛାଡ଼ିଲେ ପଞ୍ଜାବୀ କଣ୍ଠଶିଳ୍ପୀ ଅଫସାନା ଖାନ୍‌। ଅଫ୍‌ସାନାଙ୍କ ଦେହ ଖରାପ ହେବାରୁ ସେ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ବିଗ୍‌ବସ୍‌ ହାଉସ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଘରକୁ ଫେରିବା ପରେ ଅଫସାନ୍‌ ଫ୍ୟାନ୍‌ଙ୍କ ପାଇଁ ମେସେଜ୍‌ ଲେଖିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।

ରିପୋର୍ଟ ମୁତାବକ, ବିଗ୍‌ବସ୍‌ ହାଉସ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କୁ ୧୫ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିଥାଏ। ତା’ପରେ ହିଁ ତାଙ୍କୁ ଘରେ ଏଣ୍ଟ୍ରି କରିବାକୁ ଅନୁମତି ମିଳେ। ଅଫସାନା ବି କ୍ୱାରେଣ୍ଟାଇନ୍‌ରେ ଥିଲେ। କିନ୍ତୁ ଏହି ସମୟରେ ତାଙ୍କ ଦେହ ଖରାପ ହୋଇଯାଇଥିଲା ଓ ପ୍ୟାନିକ ଆଟାକ୍‌ ଆସିଥିଲା। ଏହା ପରେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସେ ଶୋ’ରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

afsana
Image Credit: Instagram

ସୂଚନାଯୋଗ୍ୟ ଯେ ବିଗ୍‌ବସ୍‌ ମେକର୍ସ କିଛି ଦିନ ପୂର୍ବରୁ କିଛି ପ୍ରତିଯୋଗୀଙ୍କ ଘରେ ଏଣ୍ଟ୍ରି ନେଇ କନଫର୍ମ କରିଥିଲେ। ସେମାନଙ୍କ ମଧ୍ୟରୁ ଅଫସାନା ମଧ୍ୟ ଜଣେ ଥିଲେ। ତାଙ୍କ ବ୍ୟତୀତ ତେଜସ୍ୱୀ ପ୍ରକାଶ, କରଣ କୁନ୍ଦ୍ରା ଓ ସିମ୍ବା ନାଗପାଲ ମଧ୍ୟ ଚଳିତ ବିଗ୍‌ବସ୍‌ରେ ଭାଗ ନେଉଛନ୍ତି ବୋଲି ଶୋ’ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.