ବଲିଉଡରେ ଶିଳ୍ପା ସେଟ୍ଟୀଙ୍କ କମବ୍ୟାକ୍, ଜାଣନ୍ତୁ କିପରି ଭାବେ କରୁଛନ୍ତି ପ୍ରସ୍ତୁତି

ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଅନେକ ବର୍ଷ ହେବ ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି। ପ୍ରାୟତଃ ଶିଳ୍ପା ଛୋଟ ପରଦାରେ ନଜର ଆସୁଥିବା ବେଳେ ବଡ ପରଦାରେ ବିଲକୁଲ୍ ଗାୟବ ଅଛନ୍ତି। କିନ୍ତୁ ବର୍ତ୍ତମାନ ଶିଳ୍ପା ୧୧ ବର୍ଷ ପରେ ବଲିଉଡକୁ ଫେରିବେ ବୋଲି ଇସାରା କରିଛନ୍ତି। ତାଙ୍କ ପାଖରେ ବର୍ତ୍ତମାନ ଅନେ ଫିଲ୍ମର ସ୍କ୍ରିପ୍ଟି ରହିଛି। ଶିଳ୍ପାଙ୍କ କହିବା ଅନୁଯାୟୀ ଏଭଳି ଏକ ସମୟ ଥିଲା ଯେଉଁ ସମୟରେ ସେ ଫିଲ୍ମ ଦୁନିଆରେ ପୂନର୍ବାର ଆସିବା ପାଇଁ ଚାହୁଁନଥିଲେ। କିନ୍ତୁ ଦୀର୍ଘ ୧୧ ବର୍ଷ ପରେ ସେ ଫିଲ୍ମରେ ଆସିବାକୁ ଚାହୁଁଛନ୍ତି। ଫିଲ୍ମ ଦୁନିଆକୁ ଶିଳ୍ପାଙ୍କ ଫେରିବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ଶିଳ୍ପା ନିଜେ ଏହି ବିଷୟରେ କହିଛନ୍ତି।

shilpaଶିଳ୍ପା ଏହି ୧୧ ବର୍ଷ ମଧ୍ୟରେ ନିଜ ପରିବାରକୁ ଖୁବ୍ ଭଲଭାବେ ଦେଖାଶୁଣା କରୁଥିଲେ। ସେ ତାଙ୍କ ପୁଅର ସୁପର୍ ମମ୍ ହେବା ସହ ପତି ରାଜକୁନ୍ଦ୍ରାଙ୍କ ସୁପର୍ ୱାଇଫ୍ ହୋଇପାରିଛନ୍ତି। ସେ ତାଙ୍କ ପତିଙ୍କ ବ୍ୟବସାୟରେ ମଧ୍ୟ ସାହାଯ୍ୟ କରିଥାନ୍ତି। ଫିଲ୍ମ ଦୁନିଆକୁ ଫେରିବାକୁ ନେଇ ଶିଳ୍ପା କହିଛନ୍ତି- ମୁଁ ବର୍ତ୍ତମାନ ଏଥିପ୍ରତି ପୁରା ଧ୍ୟାନ ରଖିବି କିନ୍ତୁ ପରିବାର ଏବଂ ପିଲା ପ୍ରତି ମୋର ସର୍ବଦା ପ୍ରାଥମିକତା ରହିବ। ଏହା ବ୍ୟତୀତ ଶିଳ୍ପା କହିଛନ୍ତି ତାଙ୍କ ପୁଅ ଭିଆନ ବର୍ତ୍ତମାନ ବଡ଼ ହୋଇସାରିଛି ଏବଂ ସେ ଅଧିକାଂଶ ସମୟ ସ୍କୁଲରେ ରହୁଛି। ଏହିକାରଣରୁ ସେ ନିଜ କାମରେ ଫୋକସ୍ କରିପାରିବେ।

ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁରରେ ରହିବାକୁ ନେଇ ଶିଳ୍ପା କହିଛନ୍ତି- ସେ ସମୟରେ ଭିଆନ ଖୁବ୍ ଛୋଟ ଥିଲା। ସେହି ସେମିୟରେ ହିଁ କେବଳ ତାକୁ ମୋର ଆବଶ୍ୟକତା ଥିଲା ଏବଂ ମୁଁ ମଧ୍ୟ ମୋର ପୁରା ଧ୍ୟାନ ତା ଉପରେ ଦେବାକୁ ଚାହୁଁଥିଲି। ଏହି ସବୁ କଥାକୁ ନେଇ ମତେ କୌଣସି ପଶ୍ଚ୍ୟାତାପ ନାହିଁ ବୋଲି ମଧ୍ୟ ଶିଳ୍ପା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.