ଶ୍ରୀଦେବୀଙ୍କ ମୃତ୍ୟୁର ୫ ବର୍ଷ ପରେ ସାମ୍ନାକୁ ଆସିଲା କାରଣ, ସ୍ୱାମୀ ବୋନି କପୁର ଖୋଲିଲେ ମୁହଁ
ବଲିଉଡ ଇଣ୍ଡଷ୍ଟ୍ରୀର ନାମିଦାମୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ କିଏ ବା ନଜାଣେ । ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟ ୫ ବର୍ଷ ହୋଇଗଲାଣି । ହେଲେ ୫ ବର୍ଷ ପରେ ବୋନି କପୁର ଏକ ଇଣ୍ଟରଭ୍ୟୁରେ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ବିଷୟରେ କହିଛନ୍ତି ।
![boney_sridevi](https://knewsodisha.com/wp-content/uploads/2020/06/boney_sridevi.jpeg)
ବଲିଉଡ ଇଣ୍ଡଷ୍ଟ୍ରୀର ନାମିଦାମୀ ଅଭିନେତ୍ରୀ ଶ୍ରୀଦେବୀଙ୍କୁ କିଏ ବା ନଜାଣେ । ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ପ୍ରାୟ ୫ ବର୍ଷ ହୋଇଗଲାଣି । ହେଲେ ୫ ବର୍ଷ ପରେ ବୋନି କପୁର ଏକ ଇଣ୍ଟରଭ୍ୟୁରେ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ବିଷୟରେ କହିଛନ୍ତି । ବୋନି କପୁର କହିଛନ୍ତି ଯେ ତାଙ୍କ ମୃତ୍ୟୁ ନ୍ୟାଚୁରାଲ ଭାବେ ହୋଇନଥିଲା । ସେ କହିଥିଲେ କି, ଶ୍ରୀଦେବୀଙ୍କୁ ସବୁ ବେଳେ ନିଜକୁ ସୁନ୍ଦର ରଖିବା ଓ ଫିଗର ମେଣ୍ଟନ କରିବା ପସନ୍ଦ ଥିଲା । ଏଥିପାଇଁ ସେ ପ୍ରାୟତଃ ଡାଏଟ୍ କରନ୍ତି । ହେଲେ କମ୍ ବିପି ରହିବା ଯୋଗୁ ତାଙ୍କୁ ଡାକ୍ତର କହିଥିଲେ ଯେ ଏନେଇ ତାଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ।
ବୋନି କପୁର ଏହା ମଧ୍ୟ କହିଥିଲେ, ଯେ ଯେବେ ତାଙ୍କର ବିବାହ ହୋଇଥିଲା, ସେହି ସମୟରୁ ହିଁ ସେ ଏହି ସବୁ କାରଣକୁ ନେଇ ବେହୋସ ହୋଇ ଯାଆନ୍ତି । ଶ୍ରୀଦେବୀ ସୁବୁବେଳେ କ୍ରାସ୍ ଡାଏଟ୍ କରୁଥିଲେ । ତେବେ ଏହି କାରଣରୁ ତାଙ୍କର ଏକ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ହେଲେ ସେ କେବେ କାହା କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ସେଥିପାଇଁ ଏଭଳି ହେବା ପୂର୍ବରୁ ହିଁ ଲେଖାଥିଲା ।
ପୂର୍ବ ସୂଚନା ମୁତାବକ, ଶ୍ରୀଦେବୀଙ୍କ ମୃତ୍ୟୁ ଦୁବାଇର ଏକ ହୋଟେଲର ବାଥ୍ରୁମ୍ରେ ବୁଡିବା ଯୋଗୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବୋନି କପୁରଙ୍କୁ ପୋଲିସ ବହୁତ ସମୟ ଧରି ପଚରାଉଚରା କରିଥିଲେ । ଯେକୌଣସି ଭାବେ ତାଙ୍କ ଶରୀରକୁ ମୁମ୍ବାଇ ଅଣାଯାଇଥିଲା ଏବଂ ତାଙ୍କର ଅନ୍ତିମ ଶବ ସଂସ୍କାର କରାଯାଇଥିଲା । ହେଲେ ଏବେ ମଧ୍ୟ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଅଛି ।
ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ତାଙ୍କ ପରିବାର ଓ ତାଙ୍କ ଫ୍ୟାନ୍ସ ଅନେକ ଦୁଃଖ ପ୍ରକାଶ କରନ୍ତି । ହେଲେ ଏବେ ବି ପ୍ରଶ୍ନ ଯେ ଶ୍ରୀଦେବୀଙ୍କ ପରି ଅଭିନେତ୍ରୀ ଆଉ କଣ କେବେ ଇଣ୍ଡଷ୍ଟ୍ରୀକୁ ମିଳିବେ । ସୂଚନା ଥାଉକି, ଶ୍ରୀଦେବୀ ତାଙ୍କ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି ।