ଜଳେଶ୍ୱର ଜିକେ ଭଟ୍ଟର ମେଡିକାଲରେ ପଶିଲା ପାଣି; ତଳ ମହଲାରୁ ଉପର ମହଲାକୁ ରୋଗୀଙ୍କୁ ସ୍ଥାନାନ୍ତର

ହସ୍ପିଟାଲରେ ଲହଡି ଭାଙ୍ଗୁଛି ପାଣି । ରୋଗୀ ସେବା ବାଧାପ୍ରାପ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ହନ୍ତସନ୍ତ ହେଉଛନ୍ତି ରୋଗୀ ।

ଜଳେଶ୍ବର (କେନ୍ୟୁଜ): ହସ୍ପିଟାଲରେ ଲହଡି ଭାଙ୍ଗୁଛି ପାଣି । ରୋଗୀ ସେବା ବାଧାପ୍ରାପ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଳକ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ହନ୍ତସନ୍ତ ହେଉଛନ୍ତି ରୋଗୀ ।

ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଉପର ମହଲା ଏବଂ ଡାକ୍ତରଖାନା ପରିସରରେ ଥିବା ଅନ୍ୟ ଏକ ବିଲ୍ଡିଙ୍ଗକୁ ସ୍ଥାନାନ୍ତରିତ କରାଯାଇଛି । ମେଡିକାଲ ସମ୍ମୁଖରେ ଥିବା ଡ୍ରେନ୍ ସଫା ହେଉନଥିବାରୁ ଏଭଳି ଅବସ୍ଥା ହେଉଥିବା ଅଭିଯୋଗ ହୋଇଛି । ପାଣି ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କାର୍ଯ୍ଯ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.