ଆପଣ ଜାଣିଛନ୍ତି କି ? ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ସୋରିଷ
ପୋଷକ ତତ୍ତ୍ୱରେ ଭରପୁର ହୋଇଥିବା ସୋରିଷ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ । ଏହାକୁ ଖାଦ୍ୟରେ ଛୁଙ୍କ କରିବା ପାଇଁ ବ୍ୟବହାର କରାଯାଏ । ତେବେ ଆପଣ ଜାଣିଛନ୍ତି କି ସୋରିଷ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
ପୋଷକ ତତ୍ତ୍ୱରେ ଭରପୁର ହୋଇଥିବା ସୋରିଷ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ । ଏହାକୁ ଖାଦ୍ୟରେ ଛୁଙ୍କ କରିବା ପାଇଁ ବ୍ୟବହାର କରାଯାଏ । ତେବେ ଆପଣ ଜାଣିଛନ୍ତି କି ସୋରିଷ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ସୋରିଷ ମଞ୍ଜିରେ ଆଇରନ୍, କ୍ୟାଲସିୟମ୍, ସେଲେନିୟମ୍, ଫସଫରସ୍ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ହାଡକୁ ସୁସ୍ଥ ରଖିବା ସହ ହଜମ ଶକ୍ତି ପାଇଁ ମଧ୍ୟ ଭଲ ହୋଇଥାଏ । ଏହା ବ୍ୟତୀତ ସୋରିଷ ସ୍ୱାସ୍ଥ୍ୟକୁ ଆହୁରୀ ଅନେକ ଲାଭ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସୋରିଷ ସ୍ୱାସ୍ଥ୍ୟ ପାଇଁ କିଭଳି ଲଭଦାୟକ ହୋଇଥାଏ ।
ସଠିକ୍ ଭାବେ ହଜମ କରିଥାଏ :
ସୋରିଷ ହଜମ ପ୍ରକ୍ରିୟା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଯେଉଁ ଲୋକଙ୍କୁ ହଜମ ହେବାରେ ସମସ୍ୟା ଅଛି, ସେମାନଙ୍କ ପାଇଁ ସୋରିଷ ଏକ ଭଲ ଉପଚାର ହୋଇଥାଏ । ବାସ୍ତବରେ ଏହି ଫାଇବରରେ ଭରପୁର ହୋଇଥାଏ, ଯାହା ଅନ୍ତନାଳୀର ଗତିକୁ ସହଜ କରିବାରେ ସାହାଯ୍ୟ କରେ । ଯାହାଦ୍ୱାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ ।
ହାଡ ପାଇଁ ଉପକାରୀ :
ସୋରିଷ ହାଡକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଏଥିରେ ସେଲେନିୟମ ନାମକ ତତ୍ତ୍ୱ ଅଛି, ଯାହା ଆପଣଙ୍କ ହାଡକୁ ଶକ୍ତିଶାଳୀ କରିଥାଏ । ଏହା ବ୍ୟତୀତ, ଏହି ମଞ୍ଜିରେ ଥିବା ଅଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମଧ୍ୟ ନଖ ଓ ଦାନ୍ତକୁ ସୁସ୍ଥ କରିଥାଏ ।
ହାର୍ଟ ଭଲ ରହିଥାଏ :
ପ୍ରାୟତଃ ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର କରାଯାଏ । ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବା ସହ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମ୍ କରିଥାଏ ।
ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ :
ସୋରିଷ ମ୍ୟାଗ୍ନେସିୟମ୍ରେ ଭରପୁର ହୋଇଥାଏ, ଯାହା ଶରୀରକୁ ଯନ୍ତ୍ରଣା ଓ ଚାପରୁ ମୁକ୍ତି କରିଥାଏ । ଯଦି ଆପଣ ମଧ୍ୟ ମୁଣ୍ଡବିନ୍ଧାକୁ ନେଇ ଚିନ୍ତିତ ଅଛନ୍ତି, ତାହେଲେ ସୋରିଷ ଯଥେଷ୍ଟ ଲାଭଦାୟକ ହୋଇପାରେ ।
ତ୍ୱଚା ପାଇଁ ଗୁଣକାରୀ :
ଋତୁର ପରିବର୍ତ୍ତନ ହେବା ଦ୍ୱାରା ତ୍ୱଚାର ସମସ୍ୟା ହେବା ସ୍ୱଭାବିକ । ସେଥିପାଇଁ ଆପଣ ଆପଣଙ୍କ ସ୍କିନ୍ କେୟାର ରୁଟିନ୍ରେ ସୋରିଷ ସାମିଲ କାରିପାରିବେ । ଯାହା ତ୍ୱଚାକୁ ହାଇଡ୍ରେଟ୍ କରିବା ସହ ମୁହଁରେ ବ୍ରଣ ହେବାକୁ ଦିଏ ନାହିଁ । ଏହି ମଞ୍ଜିରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମୁହଁ ଫୁଲାକୁ କମ୍ କରିବାରେ ସାହାଯ୍ୟ କରେ ।