ପୁନମ ପାଣ୍ଡେଙ୍କ ପରେ ଏବେ ମିଲିନ୍ଦ ସୋମନଙ୍କ ନାମରେ ମାମଲା ରୁଜୁ, ଗୋଆ ସମୁଦ୍ରକୂଳରେ ଉଲଗ୍ନ ହୋଇ ଦୌଡିବା ଏବେ ପଡିଲା ମହଙ୍ଗା

ବଲିଉଡ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ ନିକଟରେ ଗୋଆ ବିଚରେ ନଗ୍ନ ହୋଇ ଦୌଡ଼ୁଥିବାର ନଜର ଆସିଥିଲେ। ସେ ଏହି ଫଟୋ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସେୟାର ମଧ୍ୟ କରିଥିଲେ। ଏହି ଫଟୋ ଭାଇରଲ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଫଟୋ ତାଙ୍କ ପତ୍ନୀ କ୍ଲିକ୍ କରିଥିଲେ ଏବଂ ଏହାର କ୍ୟାପସନରେ ମିଲିନ୍ଦ ଲେଖିଥିଲେ, ୫୫ ଆଣ୍ଡ ରନିଂ।

ସାଉଥ ଗୋଆର କୋଲଭା ପୋଲିସ୍ ଷ୍ଟେସନରେ ଆଇପିସିର ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁସାରେ ମିଲିନ୍ଦ ସୋମନଙ୍କ ବିରୋଧରେ କେସ୍ ରେଜିଷ୍ଟାର କରାଯାଇଛି। ଧାରା ୨୯୪ ଅଶ୍ଳୀଳ ଅଭିନୟ ଏବଂ ଗୀତ ପାଇଁ ଏବଂ ଆଇଟି ଆକ୍ଟର ଧାରା ୬୭ ଅଶ୍ଳୀଳ ସାମଗ୍ରୀକୁ ଇଲେକ୍ଟୋନିକ୍ ଫର୍ମରେ ପବ୍ଲିଶ୍ ଏବଂ ସେୟାର କରିବା ବିରୋଧରେ ରହିଛି।

 

View this post on Instagram

 

Happy birthday to me ! . . . #55 📷 @ankita_earthy

A post shared by Milind Usha Soman (@milindrunning) on

ଏସପିଙ୍କ କହିବା ଅନୁସାରେ ଏହି ଅଭିଯୋଗ ଗୋଆ ସୁରକ୍ଷା ମଞ୍ଚ ଦ୍ବାରା ଦିଆଯାଇଥିବା ଅଭିଯୋଗ ପରେ ରୁଜୁ କରାଯାଇଛି। ନିକଟରେ ମଡେଲ୍ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ବିରୋଧରେ ମଧ୍ୟ ଗୋଆରେ ନ୍ୟୁଡ ସୁଟ୍ କରିବା ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସୂଚନାଯୋଗ୍ଯ, ମିଲନ୍ଦ ସୋମନ ତାଙ୍କ ଜନ୍ମଦିନରେ ଉଲଗ୍ନ ହୋଇ ବିଚରେ ଦୌଡିବା ଫଟୋ ସେୟାର ହେବା ପରେ ସୋସିଆଲ ମିଡିଆରେ ଅନେକ ମିମ୍ସ କରାଯାଇଥିଲା। ଲୋକମାନେ ଅଣ୍ଡରଗାରମେଣ୍ଟସ ଗିଫ୍ଟ କରିବାକୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.