ନିଜକୁ ବିବାହ କରିବାର ୨ ମାସ ପରେ କନିଷ୍କା ସୋନି ହେଲେ ଗର୍ଭବତୀ! ଫଟୋ ସେୟାର କରି ଲେଖିଲେ, ‘ମୁଁ ସେଲ୍ଫ ପ୍ରେଗ୍‌ନାଣ୍ଟ…’

ଟିଭି ଧାରାବାହିକ ‘ଦିୟା ଔର୍‌ ବାତୀ’ ଫେମ୍‌ କନିଷ୍କା ସୋନି ନିକଟରେ ନିଜକୁ ବିବାହ କରି ଖୁବ୍‌ ଚର୍ଚ୍ଚାରେ ରହିଥିଲେ। କନିଷ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରି କହିଥିଲେ କି, ସେ ନିଜେ ନିଜକୁ ବିବାହ କରିଛନ୍ତି। ଫଟୋରେ ସେ ମଥାରେ ସିନ୍ଦୁର ଏବଂ ବେକରେ ମଙ୍ଗଳସୂତ୍ର ପିନ୍ଧିଥିବାର ଦେଖାଯାଇଥିଲା। ଅଭିନେତ୍ରୀଙ୍କ ପୋଷ୍ଟ ଦେଖି ତାଙ୍କ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ଏହାଠାରୁ ବି ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା କି, ଏବେ ଅଭିନେତ୍ରୀ ନିଜକୁ ବିବାହ କରିବାର ୨ ମାସ ପରେ ଗର୍ଭବତୀ ହୋଇଛନ୍ତି। ଆସନ୍ତୁ ଜାଣିବା ପ୍ରକୃତ ଘଟଣା କ’ଣ ରହିଛି।

ବାସ୍ତବରେ, କନିଷ୍କା ନିଜ ଫଟୋ ସେୟାର କରି ଲେଖିଥିଲେ, ‘ମୁଁ ସେଲ୍ଫ ମ୍ୟାରେଡ୍‌ ଭଳି ସେଲ୍ଫ ପ୍ରେଗ୍‌ନାଣ୍ଟ ନୁହେଁ। ଏହା କେବଳ ୟୁଏସ୍‌ଏର ସ୍ୱାଦିଷ୍ଟ ପିଜା, ବର୍ଗର, ଯେଉଁ କାରଣରୁ ମୋ ଓଜନ ବଢ଼ିଯାଇଛି। କିନ୍ତୁ ମୋତେ ଏହାକୁ ନେଇ କୌଣସି ଅସୁବିଧା ନାହିଁ। ମୁଁ ଏଠାରେ ଏନ୍‌ଜୟ କରୁଛି’।

କହି ରଖୁଛୁ, ‘ଦିୟା ଔର୍‌ ବାତୀ ହମ୍‌’ ଫେମ୍‌ ଅଭିନେତ୍ରୀ କନିଷ୍କା ସୋନି ଦୁଇ ମାସ ତଳେ ନିଜକୁ ବିବାହ କରିଥିଲେ। ସେ ନିଜେ ଏହି କଥା ଘୋଷଣା କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କେତେକ ଫଟୋ ସେୟାର କରିଥିଲେ। ଏହି ଫଟୋଗୁଡ଼ିକରେ ସେ ମଙ୍ଗଳସୂତ୍ର ଓ ସିନ୍ଦୁର ପିନ୍ଧିଥିବାର ନଜର ଆସିଥିଲେ। କହି ରଖୁଛୁ କି, କନିଷ୍କା ସୋନି ଏମିତି ବିବାହ କରିବାରେ ଭାରତର ଦ୍ୱିତୀୟ ମହିଳା ହୋଇଛନ୍ତି।

ଫଟୋଗୁଡ଼ିକୁ ସେୟାର କରି କନିଷ୍କା ଲେଖିଥିଲେ, ‘ମୁଁ ନିଜର ସମସ୍ତ ସ୍ୱପ୍ନକୁ ନିଜେ ପୂରା କରିଛି। କେବଳ ଜଣେ ହିଁ ମଣିଷ ଅଛି, ଯାହାକୁ ମୁଁ ଭଲ ପାଉଛି, ସେ ହେଉଛି ମୁଁ। ମୋତେ ସମସ୍ତ ପ୍ରଶ୍ନର ଉତ୍ତର ମିଳିଛି, ମୋତେ କେବେ କୌଣସି ପୁରୁଷର ଆବଶ୍ୟକତା ନାହିଁ…ମୁଁ ସବୁବେଳେ ଏକୁଟିଆ ଏବଂ ନିଜ ଗିଟାର ସହିତ ଖୁସି ଅଛି। ମୁଁ ଦେବୀ, ଶକ୍ତିଶାଳୀ ଓ ମଜଭୁତ ଅଛି। ଶିବ ଓ ଶକ୍ତି ସବୁ କିଛି ମୋ ଭିତରେ ରହିଛି। ଧନ୍ୟବାଦ’।

 

View this post on Instagram

 

A post shared by Kanishka Soni (@itskanishkasoni)

କନିଷ୍କାଙ୍କ ବିଷୟରେ କଥା ହେବା ତ ସେ ‘ଦିୟା ଔର୍‌ ବାତୀ ହମ୍‌’, ‘ପବିତ୍ର ରିସ୍ତା’, ‘ଦେବୀ ଆଦି ପରାଶକ୍ତି’ ଭଳି ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି। କିନ୍ତୁ ଏବେ ସେ ଟିଭି ଇଣ୍ଡଷ୍ଟ୍ରୀ ଛାଡ଼ି ଦେଇଛନ୍ତି ଏବଂ ନିଜର ହଲିଉଡ୍‌ ଡେବ୍ୟୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

କହି ରଖୁଛୁ, ନିକଟରେ କ୍ଷମା ବିନ୍ଦୁ ନାମ୍ନୀ ଯୁବତୀ ନିଜକୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। କ୍ଷମା ପୂର୍ବରୁ ଘୋଷଣା କରିଥିଲେ କି, ସେ ଜୁନ୍‌ ୧୧ରେ ବିବାହ କରିବେ। କିନ୍ତୁ ବିବାଦ ଘନେଇବାରୁ କ୍ଷମା ଧାର୍ଯ୍ୟ ସମୟର ୨ ଦିନ ପୂର୍ବରୁ ହିଁ ବିବାହ କରି ନେଇଥିଲେ। ବିବାହ କାର୍ଯ୍ୟକ୍ରମ କ୍ଷମାଙ୍କ ଘରେ ହିଁ ଆୟୋଜିତ ହୋଇଥିଲା। ଏହି ଅବସରରେ ହଳଦୀ ଓ ମେହେନ୍ଦୀ ରୀତିନୀତି ପାଳନ କରାଯାଇଥିଲା। ବିବାହ ବେଦୀରେ କ୍ଷମା ନିଜକୁ ମଙ୍ଗଳସୂତ୍ର ପିନ୍ଧାଇବା ସହିତ ନିଜ ମଥାରେ ସିନ୍ଦୁର ଭରିଥିଲେ।

 

View this post on Instagram

 

A post shared by Kanishka Soni (@itskanishkasoni)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.