ସାମ୍ନାକୁ ଆସିଲା ଫିଲ୍ମ ‘RRR’ରେ ଅଜୟଙ୍କ ଫାଷ୍ଟ ଲୁକ୍, ଜନଦ୍ମିନରେ ଫ୍ଯାନଙ୍କୁ ଦେଲେ ସରପ୍ରାଇଜ

ଚଳିତ ବର୍ଷର ସବୁଠାରୁ ବହୁ ପ୍ରତୀକ୍ଷିତ ବଲିଉଡ ଫିଲ୍ମ ‘ଆରଆରଆର’ର ନିର୍ମାତା ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ତାଙ୍କ ଚରିତ୍ରର ଫାଷ୍ଟ୍ ଲୁକ୍ ସେୟାର କରିଛନ୍ତି। ରାମ ଚରଣ, ଜୁନିୟର ଏନଟିଆର ଓ ଆଲିଆ ଭଟ୍ଟଙ୍କ ଫିଲ୍ମରେ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ ରିଲିଜ କରିଛନ୍ତି। ନିର୍ମାତା ସୋସିଆଲ ମିଡ଼ିଆରେ ମୋସନ ପୋଷ୍ଟ ସେୟାର କରି ଲେଖିଛନ୍ତି, LOAD… AIM… SHOOT…’

ଅଜୟ ଦେବଗନଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ଏହି ଫିଲ୍ମ ଜରିଆରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରୁଛନ୍ତି। ଏହି ମୋସନ ପୋଷ୍ଟରରେ ଅଜୟ ଦେବଗନ ଯୁଦ୍ଧ ମଇଦାନରେ ନିଜ ଆଖପାଖ ଲୋକଙ୍କ ସହ ଛିଡା ହୋଇଥିବା ନଜର ଆସିଛନ୍ତି।

କିଛି ଦିନ ପୂର୍ବରୁ ‘ଆରଆରଆର’ ଫିଲ୍ମର ନିର୍ମାତା ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ ରିଲିଜ କରିଥିଲେ। ଫିଲ୍ମ ଏକ ଫିକ୍ଶନାଲ୍ କାହାଣୀ ଉପରେ ଆଧାରିତ ଯାହା ଦେଶ ସ୍ୱାଧୀନତା ହେବା ପୂର୍ବରୁ ଅର୍ଥାତ ୧୯୨୦ ଦଶକ ଉପରେ ଆଧାରିତ କାହାଣୀ। ଫିଲ୍ମ ଦୁଇ ସ୍ୱାଧୀନତା ସଂଗ୍ରାମୀ ଅଲୁରୀ ସୀତାରାମ ରାଜୁ କୋମରମ ଭୀମଙ୍କ ଚରିତ୍ର ଉପରେ ଆଧାରିତ। ଏହି ମଲ୍ଟି ଷ୍ଟାର ଫିଲ୍ମକୁ ଦର୍ଶକ ଅପେକ୍ଷା କରି ବସିଛନ୍ତି। ଆରଆରଆର ୨୦୨୧ ଅକ୍ଟୋବର ୧୩ ତାରିଖରେ ସିନେମାହଲରେ ରିଲିଜ ହେବ।

Leave A Reply

Your email address will not be published.