ତାନାଜୀ ଫିଲ୍ମକୁ ନେଇ ଉଠିଲା ପ୍ରଶ୍ନ, ରିଲିଜ୍‌ ପରେ ଏହି ନେତା ଦେଲେ ଧମକ୍‌

ଗତ ମଙ୍ଗଳବାର ଦିନ ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମ ତାନାଜୀ: ଦ ଅନସଂଗ ଓ୍ଵାରିୟରର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ଅଜୟ ଦେବଗନଙ୍କର ଦମଦାର୍‌ ଅନ୍ଦାଜ୍‌ ଦେଖିବାକୁ ମିଳିଛି। ଏହି ଫିଲ୍ମର ଟ୍ରେଲର ବର୍ତ୍ତମାନ ୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। କିନ୍ତୁ ଏହି ଫିଲ୍ମକୁୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇସାରିଛି। ଏନସିପି ନେତା ଜିତେନ୍ଦ୍ର ଆହ୍ଵାଡ ଫିଲ୍ମ ସନିର୍ମାତାଙ୍କୁ ଧମକ୍‌ ଦେବା ସହ ସଂଭାଜୀ ବ୍ରିଗେଡ ଛତ୍ରପତି ଶିବାଜୀ ମହାରାଜାଙ୍କ ଛବି ଖରାପ କରିବାର ଆରୋପ ଲଗାଇଛନ୍ତି।

tanhajiମୁଂବ୍ରା-କାଲଓ୍ଵା ଠାରୁ ଏନସିପିର ବିଧାୟକ ଡା. ଜିତେନ୍ଦ୍ର ଆହ୍ଵାଡ ତାନାଜୀର ଡାଇରେକ୍ଟରଙ୍କ ବିରୋଧରେ ମରାଠିରେ ଟ୍ଵିଟ୍‌ କରି କହିଛନ୍ତି ଏହି ଫିଲ୍ମରେ ସେ ତାନାଜୀଙ୍କ ସହ ଜଡିତ ଥିବା ଐତିହାସିକ ତଥ୍ୟ ସହ ଭିନ୍ନ ଧରଣରେ ଦର୍ଶାଇଛନ୍ତି।
ଡା. ଜିତେନ୍ଦ୍ର ଲେଖିଛନ୍ତି, ‘ଓମ ରାଉତ, ଆପଣଙ୍କର ଫିଲ୍ମ ତାନାଜୀ ର ଟ୍ରେଲର ଦେଖିବା ପରେ ଆପଣ ସେଥିରେ ଏଭଳି କିଛି ପ୍ରସଙ୍ଗ ରଖିଛନ୍ତି ଯାହା ଇତିହାସରେ ନାହିଁ। ଏ ସଥିରେ ତୁରନ୍ତ ପରିବର୍ତ୍ତନ କରନ୍ତୁ ନଚେତ୍‌ ପୁଣି ଥରେ ମତେ ଏଥିପାଇଁ ଅନ୍ୟ କିଛି ପଦକ୍ଷେପ ନେବାକୁ ପଡ଼ିବ। ଯଦି ଆପଣ ଏହାକୁ ମୋର୍‌ ଧମକ୍‌ ଭାବୁଛନ୍ତି ତେବେ ଚଳିବ।’

tanhaji-ଅନ୍ୟପଟେ ଏହି ଫିଲ୍ମ ଉପରେ ସାମ୍ଭାଜୀ ବ୍ରିଗେଡ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସଂସ୍ଥା କାଜଲଙ୍କ କିଛି ଡାଇଲଗ୍‌ ଉପରେ ପ୍ରଶ୍ନ କରିଛନ୍ତି। ଏହାବ୍ୟତୀତ ଫିଲ୍ମରେ ଶିବାଜୀ ମହାରାଜାଙ୍କ ନିକଟରେ ବାଡି ପକାଇବାର ଆପତି କରିବା ସହ ଫିଲ୍ମରେ ଭଗଓ୍ଵା ପତାକାରେ ଓମ ଚିହ୍ନ ଦେଖାଇ ଜାଣିଶୁଣି ଶିବାଜୀଙ୍କ ଧର୍ମନିରପେକ୍ଷ ଛବିକୁ ଶେଷ କରିବାକୁ ଚେଷ୍ଟା କରାଯାଇଛି।

ଏହାସହ ପଢନ୍ତୁ: ସନ୍ନି ଲିଓନିଙ୍କୁ ନିଆରା ଅନ୍ଦାଜ୍ ରେ ଡେଟ୍ ରେ ନେଲେ ଏହି ଯୁବକ, ଯାହାର ଟିକ୍ ଟକ୍ ଭିଡିଓ ହେଲା ଭାଇରାଲ

ସୂଚନା ଅନୁଯାୟୀ ତାନାଜୀ ମାଲୁସେର ମରାଠି ସେନାର ବୀର ସେନାପତି ଏବଂ ନିଜ ପୁତ୍ରର ବିବାହ ଦିନ ଛତ୍ରପତି ଶିବାଜୀଙ୍କ ନିମନ୍ତ୍ରଣରେ ଯୁଦ୍ଧ କରିବାକୁ ଯାଇଥିଲେ। ତାନାଜୀ ମାଲୁସେର ଛତ୍ରପତି ଶିବାଜୀ ମହାରାଜାଙ୍କ ସହ ଅନେକ ଯୁଦ୍ଧ ଲଢିଥିଲେ। ଏହି ଫିଲ୍ମରେ ଅଜୟ ଦେବଗନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, ଶରଦ କେଲକର ଏବଂ କାଜଲ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଓମ୍‌ ରାଉତ ନିର୍ଦ୍ଦେଶନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.