କାହିଁକି ପରଦାରେ କିସିଂ ସିନ୍‌ କରନ୍ତି ନାହିଁ ଅଜୟ ଦେବଗନ୍‌, ୨୭ ବର୍ଷ ପରେ ଖୋଲିଲେ ମୁହଁ

ଆଗାମୀ ଫିଲ୍ମ ଦେ ଦେ ପ୍ୟାର୍‌ ଦେ ର ପ୍ରମୋସନ ପାଇଁ ବ୍ୟସ୍ତ ଅଜୟ ଦେବଗନ୍‌ । ଅଜୟ ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରେ ସାମିଲ୍‌ ଯେଉଁମାନେ ପାରିବାରିକ ଫିଲ୍ମ ପାଇଁ ପରିଚିତ । ପରଦାରେ ଖୁବ୍‌ କମ୍‌ ଇଣ୍ଟିମେଣ୍ଟ ସିନ୍‌ ଦେଇଥାନ୍ତି । ୨୦୧୬ରେ ରିଲିଜ୍‌ ହୋଇଥିବା ଶିବାୟକୁ ଛାଡି ଆଉ କୌଣସି ଫିଲ୍ମରେ କିସିଂ ସିନ୍‌ କରିନାହାଁନ୍ତି ଅଜୟ । ତେବେ ପରଦାରେ କାହିଁକି ଇଣ୍ଟିମେଣ୍ଟ ସିନ୍‌ ଦିଅନ୍ତି ନାହିଁ ଅଜୟ ଦେବଗନ୍‌ । ନିଜର ୨୭ ବର୍ଷର କ୍ୟାରିୟର ମଧ୍ୟରେ ଏନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ।

ଏକ ସାକ୍ଷାତକାରରେ ଅଜୟ କହିଛନ୍ତି, ମୁଁ ଏଭଳି ଫିଲ୍ମର ସ୍କ୍ରିପ୍ଟ ବାଛିଥାଏ ଯାହାକୁ ପୁରା ପରିବାର ସହ ବସି ଦେଖିହେବ । କିସିଂ ଏବଂ ଇଣ୍ଟିମେଣ୍ଟ ସିନ୍‌ ସବୁବେଳେ ଫିଲ୍ମକୁ ହିଟ୍‌ କରାଇ ପାରିନଥାଏ । ଏହା ସହ କହିଛନ୍ତି ମୁଁ ମୋ ପରିବାର ସହ ବସି ଫିଲ୍ମ ଦେଖିଥାଏ । ସେହିପରି ଅନ୍ୟମାନେ ମଧ୍ୟ ନିଜ ପରିବାର ସହ ଫିଲ୍ମ ଦେଖିଥାନ୍ତି । ଏମିତିରେ ଇଣ୍ଟିମେଣ୍ଟ ସିନ୍‌ ଦେଖିଲେ ସମସ୍ତେ ଅସହଜ ହୋଇଯାଆନ୍ତି । ଖାସ୍‌ କରି ଯେତେବେଳେ ଆପଣଙ୍କ ସହ ପିଲା ଥାନ୍ତି । ସେଥିପାଇଁ ଏଭଳି ଫିଲ୍ମ କରିବାରୁ ମୁଁ ନିଜକୁ ଦୂରେଇ ରଖିଥାଏ ।

ତେବେ ଶିବାୟ ଫିଲ୍ମକୁ ନେଇ ଅଜୟ ଦେବଗନ୍‌ କହିଛନ୍ତି, ଏହି ସିନ୍‌ ସ୍କ୍ରିପ୍ଟର ଡିମାଣ୍ଡ ଥିଲା । ତେଣୁ ସେହି ସିନ୍‌ଟି କରିଥିଲେ । କିନ୍ତୁ ବର୍ତ୍ତମାନଫିଲ୍ମରେ ଜବରଦସ୍ତ କିସିଂ ସିନ୍‌ ରଖି ଦିଆଯାଉଛି । ଆଉ ଫିଲ୍ମର ପ୍ରମୋସନ୍‌ ଏମିତି କରାଯାଉଛି ଯେମିତି କି ଲମ୍ବା ସମୟର ଏକ କିସିଂ ସିନ୍‌ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.