ବିୟର ଗ୍ରିଲ୍ସଙ୍କ ସହ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବେ ଅଜୟ ଦେବଗନ୍, ମାଲଦ୍ୱୀପରେ ହେବ ସୁଟିଂ

ଆଡଭେଞ୍ଚରର ଓ ସର୍ଭାଇଭାଲିଷ୍ଟ ବେୟର ଗ୍ରିଲ୍ସଙ୍କ ସହ ଲୋକପ୍ରିୟ ଆଡଭେଞ୍ଚର ଶୋ’ ‘ଇନ୍ଟୁ ଦ ଓ୍ଵାଇଲ୍ଡ ଓ୍ଵିଥ୍ ବିୟର ଗ୍ରିଲ୍ସ’ରେ ନଜର ଆସିବେ ଅଭିନେତା ଅଜୟ ଦେବଗନ୍। ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ଶୋ’ରେ ପୂର୍ବରୁ ଅଭିନେତା ଖିଲାଡ଼ି କୁମାର ଅକ୍ଷୟ କୁମାର ଓ ରଜନୀକାନ୍ତ ନଜର ଆସି ସାରିଛନ୍ତି।
View this post on Instagram
୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ‘ମ୍ୟାନ୍ ଭର୍ସେସ୍ ଓ୍ଵାଇଲ୍ଡ’ ଶୋ’ରେ ଗ୍ରିଲ୍ସଙ୍କ ସହ ନଜର ଆସିଛନ୍ତି। ଚ୍ୟାନେଲ ମୁତାବକ, ଏହି ଏପିସୋଡ୍ର ସୁଟିଂ ମାଲଦ୍ୱୀପରେ ହେବ ଓ ଅଜୟ ଦେବଗନ୍ ରବିବାର ଦିନ ସୁଟିଂ ପାଇଁ ଯାଇଛନ୍ତି।
View this post on Instagram
ଏହି ଶୋ’ ଲୋକମାନେ କିଭଳି ବିନା ଆରାମରେ ଜଙ୍ଗଲରେ ଚଳିପାରୁଛନ୍ତି ତା’ ଉପରେ ପର୍ଯ୍ୟବେସିତ। ତେବେ ଏହି ଏପିସୋଡ୍ କେବେ ରିଲିଜ୍ ହେବ ସେ ନେଇ ତାରିଖ ଘୋଷଣା କରାଯାଇନାହିଁ। କିନ୍ତୁ ଏହାର ପ୍ରିମିୟର ଡିସ୍କଭରି ପ୍ଲସ୍ ଆପ୍ରେ ହିଁ ହେବ ବୋଲି ଜଣାଯାଇଛି।