ଅକ୍ଷୟ କୁମାର ଶିଖୁଛନ୍ତି ପୋଲ ଡ୍ୟାନ୍ସ, ଫିଲ୍ମ ପାଇଁ ନୁହେଁ କାରଣ ରହିଛି ଅନ୍ୟକିଛି

ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ସବୁବେଳେ ଚର୍ଚ୍ଚାରେ। ନିଜର ଫିଟ୍‌ନେସକୁ ନେଇ ସବୁବେଳେ ସିରିଅସ ମଧ୍ୟ ଥାଆନ୍ତି। ନିଜକୁ ସୁସ୍ଥ ରଖିବା ପାଇଁ ଅକ୍ଷୟ ନୂଆ ନୂଆ ତରିକା ଆପଣାଇଥାନ୍ତି। କେତେବେଳେ କିକ୍, ବକ୍ସିଂ, ମାର୍ସଲ ଆର୍ଟସ୍ ଶିଖନ୍ତି ତ ଆଉ କେତେବେଳେ ସେ ଭଲିବଲ୍, ସାଇକେଲିଂ ସୁଇମିଙ୍ଗ୍ କରୁଥିବାର ଦେଖିବାକୁ ମିଳିଥାଏ । ଓ୍ବାର୍କଆଉଟ୍ ସମୟର ଅନେକ ଫଟୋ ଅକ୍ଷୟ ନିଜ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ସେ ଫିଟ୍ ରହିବା ପାଇଁ ପୋଲ୍ ଡ୍ୟାନ୍ସ ଶିଖୁଛନ୍ତି।

akhya

ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ପୋଲ୍ ଡ୍ୟାନ୍ସ ଶିଖୁଛି। ଏହାକୁ ମୁଁ ବହୁତ ଉପଭୋଗ ମଧ୍ୟ କରୁଛି। ପୋଲ ଡ୍ୟାନ୍ସ କରିବା କିଛି ସହଜ କାମ ନୁହେଁ। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୧ରେ ଅକ୍ଷୟଙ୍କୁ ଫିଲ୍ମ ‘ଦେସି ବଏଜ୍’ର ଏକ ଗୀତ ‘ସୁବହ ହୋନେ ନ ଦେ’ରେ ପୋଲ୍ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.