Below header

ପୁଲୱାମା ଆକ୍ରମଣରେ ବ୍ୟବହୃତ ବିସ୍ପୋରକ ପ୍ରସ୍ତୁତି ପାଇଁ ଆମାଜନରୁ କିଣା ଯାଇଥିଲା ରାସାୟନିକ

୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣର ଏକ ଗୁଢ ରହସ୍ୟ ପଦାକୁ ଆସିଛି । ରାଷ୍ଟ୍ରୀୟ ତଦନ୍ତକାରୀ ଦଳ ବା ଏନଆଇଏ ତରଫରୁ ଦାବି କରାଯାଇଛିଯେ ପୁଲୱାମା ଆକ୍ରମଣରେ ବ୍ୟବହାର ହୋଇଥିବା ରସାୟନ ଗୁଡିକ ପ୍ରସିଦ୍ଦ ଇକମର୍ସ ସାଇଟ ଆମାଜନ ଜରିଆରେ ହିଁ କିଣାଯାଇଥିଲା । କହି ରଖିବା ଉଚିତ ଯେ ନିକଟରେ ହିଁ ପୋଲିସ ଏହି ଆକ୍ରମଣ ସହ ଜଡିତ ଥିବା ଦୁଇ ଆତଙ୍କୀଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଏହି ଦୁଇ ଆତଙ୍କୀଙ୍କ ନିକଟରୁ ହିଁ ଏହି ତଥ୍ୟ ଟି ଜଣାପଡିଛି ।

Image result for pulwama attack case

ଏନଆଇଏର ଜଣେ ପ୍ରବକ୍ତାଙ୍କ ଅନୁଯାୟୀ, ଶ୍ରୀନଗରର ମୂଳ ବାସିନ୍ଦା ୧୯ ବର୍ଷୀୟ ଇସ୍ଲାମ ଓ ପୁଲବାମା ଜିଲ୍ଲା ଅଞ୍ଚଳର ହକିରପୋରା ଜିଲ୍ଲା ବାସିନ୍ଦା ୩୨ ବର୍ଷୀୟ ମହମ୍ମଦ ଅବାସ ରାଠୋରଙ୍କୁ ହିଁ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଇସ୍ଲାମ ହିଁ ପୋଲିସ ନିକଟରେ ବିସ୍ଫୋରକ ପାଇଁ ବ୍ୟବହୃତ ହୋଇଥିବା ବିଭିନ୍ନ ସାମଗ୍ରୀ ସମ୍ବନ୍ଧରେ ଦେଇଥିବା ବୟାନରେ କହିଛିକି ବିସ୍ଫୋରକ ପ୍ରସ୍ତୁତି ପାଇଁ କିଣା ଯାଇଥିବା ବିଭିନ୍ନ ସାମଗ୍ରୀ ଇକମର୍ସ ସାଇଟ ଆମାଜନ ଜରିଆରେ କିଣାଯାଇଥିଲା ।

ଆମାଜନ କମ୍ପାନୀ ତରଫରୁ ଡେଲିଭରି ହେବା ପରେ ସେ ନିଜେ ହିଁ ଏହି ଗୁଡିକୁ ଆତଙ୍କୀ ସଂଗଠନକୁ ଯୋଗାଇଥିଲା । ଏହା ପୂର୍ବରୁ ସ୍ଥାନୀୟ ଜଣେ ଟ୍ରକ ଡ୍ରାଇଭର ଓ ତାଙ୍କ ଝିଅଙ୍କୁ ଆତଙ୍କବାଦୀଙ୍କୁ ଗୁପ୍ତ ଖବର ଦେବା ଅଭିଯୋଗରେ ଗିରଫ କରାଯାଇଥିଲା । ଏବେକୁ ଠିକ ବର୍ଷକ ତଳେ ଘଟିଥିବା ପୁଲୱାମା ଆକ୍ରମଣରେ ଏକା ସାଙ୍ଗରେ ଭାରତର ୪୦ ଜଣ ଯବାନ ସହିଦ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.