Below header

ରିଲିଜ ପୂର୍ବରୁ ଅଡୁଆରେ ହାଉସଫୁଲ ୪, ଲାଗିଲା ଏଭଳି ଗମ୍ଭୀର ଆରୋପ

ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ ୪ର ଟ୍ରେଲର ନିକଟରେ ରିଲିଜ ହୋଇଛି । ଏହି ଟ୍ରେଲରକୁ ଦର୍ଶକମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି ଓ ଅକ୍ଟୋବର ୨୬ ତାରିଖରେ ଏହା ରିଲିଜ ହେବାକୁ ଯାଉଛି କିନ୍ତୁ ଫିଲ୍ମର ରିଲିଜ ପୂର୍ବରୁ ହିଁ ଏହାକୁ ଏକ ବଡ଼ ଝଟକା ଲାଗିଛି । ହାଉସଫୁଲ ୪ ଫିଲ୍ମ ମେକର୍ସଙ୍କ ଉପରେ ଲାଗିଛି ଚୋରିର ଆରୋପ ।

हाउसफुल 4 के पोस्टर्स

ସୂଚନା ଅନୁଯାୟୀ ହାଉସଫୁଲ ୪ ର ଟ୍ରେଲର ରିଲିଜ ଦିନଠୁ ହିଁ ଏହାର ବ୍ୟାକଗ୍ରାଉଣ୍ଡ ସ୍କୋର ଉପରେ ପ୍ରଶ୍ନ ଉଠିଛି । କୁହାଯାଉଛି ଯେ ଏହାର ବ୍ୟାକଗ୍ରାଉଣ୍ଡ ସ୍କୋର ଚିରଞ୍ଜିବି ଷ୍ଟାରର ଫିଲ୍ମ ‘କଏଦୀ ନମ୍ବର ୧୫୦’ରୁ ନିଆଯାଇଛି । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଟ୍ରେଲରରେ ଯେଉଁ ମ୍ୟୁଜିକ ଶୁଣିବାକୁ ମିଳୁଛି ତାହା ପ୍ରକୃତରେ ମ୍ୟୁଜିକ ଡ଼ାଇରେକ୍ଟର ଦେବୀ ଶ୍ରୀ ପ୍ରସାଦଙ୍କ ଦ୍ୱାରା ପ୍ରସ୍ତୁତ କଏଦୀ ନମ୍ବର ୧୫୦ରୁ ନିଆଯାଇଛି । କିନ୍ତୁ ଏହାର କ୍ରେଡିଟ ଫିଲ୍ମ ସହ ଜଡିତ କୌଣସି ଲୋକଙ୍କୁ ଦିଆଯାଇନାହିଁ ।

कैदी नंबर 150

ଏହି ବିଷୟରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସଠିକ ସୂଚନା ମିଳିପାରିନାହିଁ ଓ ମେକର୍ସ ମାନେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ମତାମତ ଦେଇନାହାନ୍ତି । ମ୍ୟୁଜିକ ଡ଼ାଇରେକ୍ଟର ଦେବୀ ଶ୍ରୀ ପ୍ରସାଦ ଏବେ ୟୁରୋପ ଟୁରରେ ଅଛନ୍ତି ଭାରତ ଫେରିବା ପରେ ହିଁ ଏହି ମାମଲାରେ ସେ ନିଜର ଦାବି ପ୍ରକାଶ କରିବେ ।

ଏହାସହ ପଢନ୍ତୁ ବିଗବସ 13, ପ୍ରତିଯୋଗୀ ମାନଙ୍କୁ ମିଳିବ ଗୁଡ଼ ନ୍ୟୁଜ

ସୂଚନା ଅନୁଯାୟୀ ହାଉସଫୁଲ ୪ ରେ ଅକ୍ଷୟ କୁମାରଙ୍କ ସହିତ ବବି ଦେୱଲ, ରିତେଶ ଦେଶମୁଖ, କୀର୍ତ୍ତି ସାନନ, କୃତି ଖରବନ୍ଦା ଏବଂ ପୂଜା ହେଗଡେ ଭଳି ଷ୍ଟାର ମାନେ ମୁଖ୍ୟ ଭୂମିକାରେ ଅଛନ୍ତି । ଏଠାରେ ଏହି ୬ ଜଣ ଷ୍ଟାର ସମସ୍ତେ ଡବଲ ରୋଲରେ ଦର୍ଶକଙ୍କ ସାମ୍ନାକୁ ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.