ବାପୁ ବି ଥିଲେ କ୍ରିକେଟ ପ୍ରେମୀ, ଜାଣନ୍ତୁ ସେ ସମ୍ପର୍କରେ

ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ବି କ୍ରିକେଟର ଜଣେ ବଡ ପ୍ରଶଂସକ ଥିଲେ। ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା ପ୍ରକୃତରେ ଏହା କଣ ସତ। ଆମ ପ୍ରିୟ ବାପୁ କ୍ରିକେଟ ଖେଳର ଜଣେ ବଡ କ୍ରିକେଟ ପ୍ରେମୀ । ନିଜ ପିଲାବେଳେ ମଧ୍ୟ ସେ ବହୁ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ । ନିଜ ସ୍କୁଲ ସମୟରେ ମଧ୍ୟ ସେ କ୍ରିକେଟ ଖେଳାକୁ ବେଶ ଉତ୍ସାହର ସହ ଖେଳିଥାନ୍ତି । ତାଙ୍କର ଉଚ୍ଚତା ଓ ସ୍ୱାସ୍ଥ୍ୟ ସାଧାରଣ ହୋଇଥିଲେ ମଧ୍ୟ ଏହି ଖେଳରେ ସେ ବେଶ ନିପୁଣ ଥିଲେ । ଉଭୟ ବୋଲିଂ ଓ ବ୍ୟାଟିଂରେ ସେ ବେଶ ପାରଙ୍ଗମ ଥିଲେ । ଖେଳ ପଡିଆରେ ସେ ଜଣେ ଅଲରାଉଣ୍ଡର ଥିଲେ କହିଲେ ମଧ୍ୟ ଚଲିବ ।

ପ୍ରସିଦ୍ଧ ଲେଖକ କୌଶିକ ବନ୍ଦୋପାଧ୍ୟାୟଙ୍କ ଦ୍ୱାରା ଲେଖାଯାଇଥିବା “ମହାତ୍ମା ଅନ ପିଚ: ଗାନ୍ଧୀ ଏଣ୍ଡ କ୍ରିକେଟ ଇନ ଇଣ୍ଡିଆ” ଏ ବିଷୟରେ ଭଲ ଭାବେ ବର୍ଣ୍ଣନା କରାଯାଇଛି । ଏହି ପୁସ୍ତକର ଲେଖକ ନେଉଥିବା ଏକ ସାକ୍ଷାତକାର ସମୟରେ ଗାନ୍ଧୀଜିଙ୍କ ପିଲା ବେଳର ସାଙ୍ଗ ଏସମ୍ପର୍କରେ କହିଥିଲେ । ବାପୁଙ୍କର ସେହି ପିଲା ବେଳର ସାଙ୍ଗ ଥିଲେ ରତିଲାଲ ଗୋଲା ଭାଇ ମେହେଟା । ସେ ତାଙ୍କର ସ୍କୁଲ ବେଳର ସାଙ୍ଗ ଥିଲେ । ତାଙ୍କ ଅନୁସାରେ ଗାନ୍ଧୀ ନିଜ ସ୍କୁଲ ବଲ୍ରୁ ହିଁ କ୍ରିକେଟ ଖେଳିବାକୁ ବେଶୀ ପସନ୍ଦ କରିଥାନ୍ତି ।

ଏହି ଖେଳ ପ୍ରତି ଯେମିତି ତାଙ୍କର ଏକ ଅଦ୍ଭୁତ ଆକର୍ଷଣ ଥିଲା । ବାପୁ ଓ ରତିଲାଲଜି ଏକା ସାଥିରେ ନିଜ ସ୍କୁଲ ତରଫରୁ କ୍ରିକେଟ ଖେଳୁଥିଲେ । ଟିମରେ ଗାନ୍ଧୀ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭାବେ ଖେଳିଥାନ୍ତି । କୌଶିକ ବନ୍ଦୋପାଧ୍ୟାୟଙ୍କ ଏହି ପୁସ୍ତକରେ ଗାନ୍ଧୀଙ୍କର କ୍ରିକେଟ ଖେଳର ପୁର୍ବାନୁମାନ ସମ୍ପର୍କରେ ମଧ୍ୟ କୁହାଯାଇଛି । ରାଜକୋଟ ଠାରେ ଖେଳା ଯାଇଥିବା ଏକ ମ୍ୟାଚ ସମ୍ପର୍କରେ ମଧ୍ୟ ଏଠାରେ ବର୍ଣ୍ଣନା କରାଯାଇଛି । ଏହି ମ୍ୟାଚ ଟିରେ ଗାନ୍ଧୀ ବ୍ୟାଟ୍ସମ୍ୟାନଙ୍କ ଆଉଟ ହେବା ପୂର୍ବରୁ କହିଦେଇଥିଲେ କି ସେ ଆଉଟ ହୋଇଯିବେ ।

ସତକୁ ସତ କିଛି ସମୟ ମଧ୍ୟରେ ହିଁ ସେ ଆଉଟ ହୋଇଯାଇଥିଲେ । ୧୯୩୩ ମସିହାରେ ଇଂଲଣ୍ଡର ସବୁଠୁ ପୁରୁଣା ‘ମୋରିଲିୟମ କ୍ରିକେଟ କ୍ଲବ’ ଭାରତକୁ ଖେଳିବା ପାଇଁ ଆସିଥିଲେ । ଏହି ଖେଳା ପରେ ପୂର୍ବ କ୍ରିକେଟ କ୍ୟାପଟେନ ବିଜୟ ମରଚାଣ୍ଟ ଙ୍କ ଭଉଣୀ ଲକ୍ଷ୍ମୀ ମରଚାଣ୍ଟଙ୍କ ଭଉଣୀ ୧୬ ଜଣ ଖେଳାଳିଙ୍କ ଦସ୍ତଖତ ନେଇଥିଲେ । ସେ ଯେତେବେଳେ ଗାନ୍ଧୀଜିଙ୍କର ଅଟୋଗ୍ରାଫ ନେବାକୁ ଆସିଥିଲେ ସେ ଜଣେ ୧୭ ତମ ଖେଲାରୀ ଭାବେ ସେଠାରେ ଅଟୋଗ୍ରାଫ ଦେଇଥିଲେ । ଏହି ପରି ଗାନ୍ଧୀ ଏଥିପାଇଁ କରିଥିଲେ କି ସେ ଜଣାଇବାକୁ ଚାହୁଁଥିଲେ ସେ ଜଣେ ବ୍ରିଟିଶ ବିରୋଧୀ ହୋଇଥିଲେ ମଧ୍ୟ ଖେଳାଳି ଙ୍କ ପ୍ରତି ତାଙ୍କ ମନରେ ସେପରି କୌଣସି ବିରୋଧୀ ଭାବନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.