ପିଲା ଆସିବା ପୂର୍ବରୁ ଘରେ ହୋମର ଆୟୋଜନ କଲେ ରଣବୀର କପୁର-ଆଲିଆ ଭଟ୍ଟ, ସାମ୍ନାକୁ ଆସିଲା ପୂଜା ବେଳର ଫଟୋ

ବଲିଉଡ୍‌ର ସ୍ୱିଟ୍‌ ତଥା ନବ ବିବାହିତ ଯୋଡ଼ି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ମା’-ବାପା ହେବାକୁ ଯାଉଛନ୍ତି। ସୋମବାର ଆଲିଆ ଏହି ଖୁସି ଖବର ଶୁଣାଇବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ସମସ୍ତେ ଆଲିଆଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ଅନ୍ୟପଟେ ଦାଦି ହେବା ଖୁସିରେ ନୀତୁ କପୁରଙ୍କ ଖୁସି ମଧ୍ୟ କହିଲେ ନ ସରେ। ସେ ସୋସିଆଲ ମିଡିଆରେ ଏହି ଖବର ଦେଇ ଦାଦି ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି।

ଆଲିଆ ଭଟ୍ଟ ମା’ ହେବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଆଲିଆ ଓ ରଣବୀର ଖୁବଶୀଘ୍ର ବାପା ମା ହେବାକୁ ଯାଉଛନ୍ତି। ଆଲିଆ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ। ଯାହା ପରେ ଆଲିଆଙ୍କୁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ବର୍ତ୍ତମାନ ଏହି କପଲ ପୂଜା କରୁଥିବା ବେଳର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ଓ ଏହି ଫଟୋ ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟେ ଏହି ପୋଷ୍ଟକୁ ନିଜ ନିଜ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି- ଆପଣ ଦେଇଥିବା ଭଲ ପାଇବା ଦେଖି ଆମେ ଅଭିଭୂତ ହୋଇଛୁ। ମୁଁ ସମସ୍ତଙ୍କ ମେସେଜ୍‌ ଓ ଶୁଭେଚ୍ଛା ବାର୍ତ୍ତା ପଢ଼ିବାକୁ ଚେଷ୍ଟା କରିଛି। ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଏହା ଆମ ଜୀବନର ସବୁଠୁ ବଡ଼ ଦିନ। ଆଶୀର୍ବାଦ ବଜାୟ ରଖନ୍ତୁ।

Alia Ranbir

ସୂଚନାଯୋଗ୍ୟ ଯେ ଜ୍ୟୋର୍ତିବିଦ୍‌ ମଧ୍ୟ ରଣବୀର ଓ ଆଲିଆ ଭଟ୍ଟଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସମୟ ହିଁ ତାଙ୍କ ପାଇଁ ବାପା- ମା’ ହେବାର ପ୍ରକୃତ ସମୟ। ସୈଫ୍‌ ଓ କରୀନା କପୁରଙ୍କ ଛୁଆ ତୈମୁର ଓ ଜୈହ ଭଳି ରଣବୀର ଓ ଆଲିଆଙ୍କ ପିଲା ମଧ୍ୟ ମିଡିଆର ଧ୍ୟାନ ଆକର୍ଷିତ କରିବେ।

ଆଲିଆ ଏବଂ ରଣବୀର ଦୁହେଁ ଏପ୍ରିଲ ୧୪ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ବିବାହ ପରେ ଆଲିଆ ହଲିଉଡ ଫିଲ୍ମରେ କାମ କରୁଛନ୍ତି। ଆଲିଆଙ୍କ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି। ୯ ସେପ୍ଟେମ୍ବରକୁ ‘ବ୍ରହ୍ମାସ୍ତ୍ର’ର ରିଲିଜ ହେବ। ସୂଚନାଯୋଗ୍ୟ, ଏହି ଫିଲ୍ମର ତିନିଟି ପାର୍ଟ ରହିବ। ପ୍ରଥମ ପାର୍ଟ ୯ ସେପ୍ଟେମ୍ବରରେ ରିଲିଜ ହେବ। ବାକି ଦୁଇଟି ଏହା ପରେ ରିଲିଜ ହେବ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ମୌନୀ ରାୟ, ନାର୍ଗାଜୁନ ପ୍ରମୁଖ ଭୂମିକାରେ ନଜର ଆସିବେ।

Also Read: କହ୍ନୈୟାଙ୍କୁ ହତ୍ୟା ପରେ ରାଜସ୍ଥାନରେ ୧୪୪ ଧାରା ଲାଗୁ, ପାକିସ୍ତାନ ସମ୍ପୃକ୍ତି ନେଇ ତଦନ୍ତ କରିବ NIA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.