ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଇନଷ୍ଟାଗ୍ରାମ ପାର୍ କଲା ୧୫ ମିଲିୟନ, ଫ୍ୟାନ୍ସଙ୍କୁ କହିଲେ ଧନ୍ୟବାଦ୍

ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଅଭିନୟ ଓ ଡାନ୍ସ ଷ୍ଟେପ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ବର୍ତ୍ତମାନ ଖାଲି ତେଲୁଗୁ ଚଳଚ୍ଚିତ୍ର ଦୁନିଆରେ ନୁହେଁ ବଲିଉଡ୍ ସିନେମା ଜଗତରେ ମଧ୍ଯ ନିଜ ଅଭିନୟର ଦେଖାଇ ଦର୍ଶକଙ୍କ ମନ ଜିତିବାକୁ ଯାଉଛନ୍ତି ।

Allu arjun
Picture Credit – Instagram

ହେଲେ ଏବେ ସେ ଖୁବ୍ ଚର୍ଚ୍ଚାରେ। କାରଣ ତାଙ୍କ ଫିଲ୍ମ ପୁଷ୍ପା ଏବେ ସିନେମା ଜଗତରେ ଚହଳ ପକାଇଛି । ପୁଷ୍ପା ଫିଲ୍ମ ରିଲିଜ ହେବା ପରେ ଏବଂ ଏହାକୁ ଦର୍ଶକ ଦେଖିସରିବା ପରେ ଫିଲ୍ମକୁ ନେଇ କେବଳ ଭଲ କମେଣ୍ଟ ହିଁ ଶୁଣିବାକୁ ମିଳୁଛି ଓ ଏହାର ଭଲ ରିଭ୍ୟୁ ମଧ୍ୟ ରହିଛି । ତେବେ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ ଫଲୋଇଂ ମଧ୍ଯ ଏବେ ବଢ଼ି ଯାଇଛି। ଯାହା ପାଇଁ ସେ ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ୧୫.୧ ମିଲିୟନରେ ପହଞ୍ଚିଛି । ଜଣେ ସାଉଥ୍ ଷ୍ଟାର ପାଇଁ ଏତେ ଭଲ ପାଇବା ଦେଖି ସେ ଭାବୁକ ହୋଇଯାଇଥିଲେ ଓ ନିଜର ଏକ ଭଲ ଫଟୋ ସେୟାର କରି ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.