“ମୁଁ ଆପଣଙ୍କଠୁ ବଦଲା ନେବାକୁ ଆସୁଛି…. “ ଅମିତାଭଙ୍କୁ କାହିଁକି ଏମିତି କହିଲେ ଶାହାରୁଖ

ମୁମ୍ବାଇ : ବର୍ତ୍ତମାନ କଳାକାର ମାନେ ନିଜ ଜୀବନ ଅପେକ୍ଷା ସୋସିଆଲ ମିଡିଆରେ ଅଧିକା ଆକ୍ଟିଭ ରହୁଛନ୍ତି। ଏନେଇ ଏବେ ଶାହାରୁଖଙ୍କ ଏକ ଟୁଇଟ ଇଣ୍ଟରନେଟରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ ଶାହାରୁଖ ଖାନ, ବଲିଉଡ଼ର ବିଗ ବି ଅମିତାଭ ବଚ୍ଚନଙ୍କୁ ଟ୍ୟାଗ କରି ତାଙ୍କଠାରୁ ସେ ବଦଲା ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ଟ୍ବିଟର ପୋଷ୍ଟରେ ବାଦଶାହା ଲେଖିଛନ୍ତି, “ମୁଁ ଆପଣଙ୍କଠାରୁ ବଦଲା ନେବାକୁ ଆସୁଛି ବଚ୍ଚନ ସାହେବ! ପ୍ରସ୍ତୁତ ହୋଇଯାଆନ୍ତୁ। ଏହି ପୋଷ୍ଟରେ କିଏ କିଛି ପ୍ରତିକ୍ରିୟା ରଖିବା ପୂର୍ବରୁ ହିଁ ଅମିତାଭ ସମସ୍ତ ଘଟଣା ବିଷୟରେ ଖୁଲାସା କରିଥିଲେ।


ସେ କହିଥିଲେ, ବଦଲା ନେବାର ସମୟ ଏବେ ବିତି ଯାଇଛି, ଏବେ ସମସ୍ତଙ୍କୁ ବଦଲା ଦେବା ସମୟ ଆସିଛି। ଏବଂ ବାସ୍ତବରେ କଥା କାହାଠୁ କିଛି ବଦଲା ନେବାର ରହିନାହିଁ ବରଂ ଏହା ଆଗକୁ ଆସିବାକୁ ଥିବା ଫିଲ୍ମ ବିଷୟରେ ରହିଛି।


ଦର୍ଶକଙ୍କ ସୂଚନା ପାଇଁ , ପିଙ୍କ ଫିଲ୍ମ ପରେ ଏବେ ପୁଣି ଥରେ ବଡ଼ ପରଦାରେ ଏକାଠୀ ନଜର ଆସିବାକୁ ଯାଉଛନ୍ତି ତାପସୀ ପନ୍ନୁ ଏବଂ ଅମିତାଭ ବଚ୍ଚନ। ଫିଲ୍ମର ନାମ ବଦଲା ରହିଥିବା ବେଳେ ଆସନ୍ତା କାଲି ଏହାର ଟ୍ରେଲର ରିଳିଜ୍ ହେବାକୁ ଯାଉଛି।


ଏହାପରେ ଅମିତାଭ ବଚ୍ଚନ ଫିଲ୍ମର ପୋଷ୍ଟର ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ସବୁବେଳେ ବଦଲା ନେବା ଠିକ ନୁହଁ , ବେଳେବେଳେ କ୍ଷମା କରିବା ମଧ୍ୟ ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.