‘ପ୍ରୋଜେକ୍ଟ କେ’ର ସୁଟିଂ ସମୟରେ ଆହତ ହେଲେ ଅମିତାଭ ବଚ୍ଚନ, ପିଞ୍ଜରା ମାଂସପେଶୀରେ ଲାଗିଛି ଆଘାତ

ସୁଟିଂ ସେଟରେ ଆହତ ହୋଇଛନ୍ତି ବଲିଉଡର ବିଗ ବି ଅମିତାଭ ବଚ୍ଚନ । ଡାହାଣ ପଟ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଛି । ହାଇଦ୍ରାବାଦରେ ଅପକମିଂ ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ ସମୟରେ ଆହତ ହୋଇଛନ୍ତି ଅମିତାଭ ବଚ୍ଚନ । ଅମିତାଭ ବଚ୍ଚନ ନିଜେ ବ୍ଲଗ୍‌ ଜରିଆରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ସୁଟିଂ ସେଟରେ ଆହତ ହୋଇଛନ୍ତି ବଲିଉଡର ବିଗ ବି ଅମିତାଭ ବଚ୍ଚନ । ହାଇଦ୍ରାବାଦରେ ଅପକମିଂ ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ ସମୟରେ ଆହତ ହୋଇଛନ୍ତି ଅମିତାଭ ବଚ୍ଚନ । ଅମିତାଭ ବଚ୍ଚନ ନିଜେ ବ୍ଲଗ୍‌ ଜରିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ତେବେ ଅମିତାଭଙ୍କୁ ମାସଂପେଶୀରେ ଆଘାତ ଲାଗିବା ଯୋଗୁଁ ମୁମ୍ବାଇସ୍ଥିତି ବାସଭବନକୁ ଫେରିଯାଇଛନ୍ତି ।

ଏକ ଫାଇଟିଂ ସିନ୍‌ ପାଇଁ ସୁଟିଂ କରୁଥିବା ବେଳେ ଡାହାଣ ପଟ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଛି । ଅମିତାଭ ବଚ୍ଚନ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ୨ ସପ୍ତାହ ଲାଗିବ । ତେଣୁ ଫିଲ୍ମର ସୁଟିଂ ବନ୍ଦ ରହିଛି ।


ଆହତ ହେବା ପରେ ଅମିତାଭ ଡାକ୍ତରଙ୍କ ପରାମର୍ଶକ୍ରମେ ହାଇଦ୍ରାବାଦସ୍ଥିତ ଏଆଇଜି ହସ୍ପିଟାଲରେ ସିଟି ସ୍କାନ୍ କରାଇ ମୁମ୍ବାଇ ଫେରିଆସିଥିଲେ। ଆଘାତ ଭଲ ହେବାକୁ କିଛି ସପ୍ତାହ ଲାଗିବ। ସେଥିପାଇଁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ଅମିତାଭ ଲେଖିଛନ୍ତି, ହାଇଦ୍ରାବାଦରେ ପ୍ରୋଜେକ୍ଟ କେ ସୁଟିଂ ସମୟରେ ଆକ୍ସନ ସିନ୍‌ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ମୋତେ ଆଘାତ ଲାଗିଛି। ମାଂସପେଶୀରେ ଯନ୍ତ୍ରଣା ହେଉଛି। ଡାକ୍ତର ମୋତେ ବିଶ୍ରାମ ନେବା ପାଇଁ କହିଛନ୍ତି । ଟିକେ କଷ୍ଟ ହେଉଛି, କିନ୍ତୁ ଠିକ୍‌ ହେବା ପାଇଁ କିଛି ସପ୍ତାହ ଲାଗିବ ।

କାଳ୍ପନିକ ବିଜ୍ଞାନ କାହାଣୀକୁ ଆଧାର କରି ନିର୍ମାଣ କରାଯାଉଥିବା ଫିଲ୍ମ୍‌ ପ୍ରୋଜେକ୍ଟ୍ କେରେ ଅମିତାଭ ବଚ୍ଚନ, ପ୍ରଭାସ ଏବଂ ଦୀପିକା ପାଦୁକୋନ୍ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.