ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏମିତି କିଛି ଲେଖିଲେ ବିଗ ବି, ଥରେ ନଜର ପକାନ୍ତୁ ଏହି ପୋଷ୍ଟ ଉପରେ

ବର୍ତ୍ତମାନ ସମୟରେ ବଲିଉଡ ବାଦଶାହ ଅମିତାଭ ବଚ୍ଚନ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ମୁମ୍ବଇର ଏକ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ଥାଇ ମଧ୍ୟ ଅମିତାଭ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଆକ୍ଟିଭ ରହୁଥିବାର ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ ବିଭିନ୍ନ ପୋଷ୍ଟ ସେୟାର କରି ନିଜ ଫ୍ୟାନ୍ସ ମାନଙ୍କ ସଂସ୍ପର୍ଶରେ ରହୁଛନ୍ତି । ଏହି ନିକଟରେ ହିଁ ଅମିତାଭ ଦେଶରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ଦେଶ୍ୟରେ ହସ୍ପିଟାଲରୁ ଏକ ପୋଷ୍ଟ ସେୟାର କରିଛନ୍ତି । ନିଜର ଏହି ପୋଷ୍ଟରେ ଅମିତାଭ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଭଗବାନଙ୍କ ଦ୍ୱାରା ପଠା ଯାଇଥିବା ଦୂତ ବୋଲି ଉଲ୍ଲେଖ କରିଛନ୍ତି । ଅମିତାଭଙ୍କ ଏହି ପୋଷ୍ଟ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି ।

ଏହା ସହ ଫ୍ୟାନ୍ସ ମାନେ ବି ଏହା ଉପରେ ଜୋରଶୋର କମେନ୍ଟ ଦେଉଛନ୍ତି । ନିଜର ଏକ ପୋଷ୍ଟରେ ବିଗ ବି ଲେଖିଛନ୍ତିକି, “ଏତେ କଠିନ ପରିସ୍ଥିତିରେ ବି ଏମାନେ ନିଜ ଦାୟିତ୍ୱ ନ ଭୁଲି କାମରେ ଲାଗିଛନ୍ତି । ଯାହା ଦ୍ୱାରା ଆମକୁ ଉଚିତ ସମୟରେ ସେବା ମିଳିବା ସହ ଆମେ ସୁରକ୍ଷିତ ରହି ପାରୁଛୁ । ଏମିତି ଲାଗୁଛି ଡାକ୍ତର, ନର୍ସଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଈଶ୍ବରଙ୍କ ଦୂତ ଭାବରେ ପିପିଇ କିଟ ପିନ୍ଧି ଯେମିତି ଆସିଛନ୍ତି । ଦିନର କିଛି ସମୟ ମୁଁ ସେମାନଙ୍କ ଉଦ୍ଦେଶ୍ୟରେ ହିଁ ପ୍ରାଥର୍ନା କରୁଛି । ନିଜର ଆଉ ଏକ ପୋଷ୍ଟରେ ଅମିତାଭ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଅଛିକି, “ହେ ପ୍ରଭୁ ତମେ ପ୍ରସାଦ ରୂପେ ଦେଇଥିବା ଜୀବନ ଓ ସମୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ । ଏହା ସହ ଆପଣ ପଠାଇଥିବା ଦେବତା ରୂପୀ ଦୂତ ମାନଙ୍କ ପାଇଁ ବି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।”

କହିରଖିବା ଉଚିତ ହେବକି ଅମିତାଭଙ୍କ ବ୍ୟତୀତ ପୁଅ ଅଭିଷେକ ବଚନ, ବହୁ ଐଶ୍ୱରୀୟା ବଚ୍ଚନ, ନାତୁଣୀ ଆରାଧ୍ୟାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନେ ବି ସେହି ହସ୍ପିଟାଲରେ ରହି ଚିକିତ୍ସିତ ହୋଇ ଆସୁଥିଲେ । ଅବଶ୍ୟ ଐଶ୍ୱରୀୟା ଓ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏହି ଅବସରରେ ବି ବିଗ -ବି ଏକ ଟ୍ୱିଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.