୪୪ ବର୍ଷ ତଳର ସ୍ମୃତିକୁ ସୋସିଆଲ ମିଡିଆରେ ସେୟାର କଲେ ବିଗ ବି”, ଝଲକ ଟିକେ ଦେଖିବା ପାଇଁ ଲାଗୁଥିଲା ଫ୍ୟାନ୍ସଙ୍କ ଲମ୍ବା ଲାଇନ

ଶତାବ୍ଦୀର ମହାନାୟକ ଅମିତାଭ ବଚନ ହିନ୍ଦୀ ସିନେ ଜଗତରେ ପ୍ରାୟ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ କାଟି ସାରିଲେଣି । ଏବେ ବି ବଲିଉଡ ଜଗତରେ ତାଙ୍କ ଦବଦବା ରହିଛି । ଆଜି ସଫଳତାର ଶୀର୍ଷରେ ପହଁଚିଥିବା ଅମିତାଭଙ୍କ ତାଙ୍କ କ୍ୟାରିୟର ଆରମ୍ଭରେ ଅନେକ କଠିନ ସ୍ଥିତିର ସାମ୍ନା କରିଛନ୍ତି । ଏକାଧିକ ଥର ବିଫଳତାର ସ୍ୱାଦ ଚାଖିବାକୁ ପଡିଛି ତାଙ୍କୁ । କିନ୍ତୁ ଗୋଟେ ସମୟରେ ଅମିତାଭଙ୍କ ଜୀବନ ରେଖା ଏକ ଭିନ୍ନ ମୋଡ ନେଇଥିଲା | ତାଙ୍କ ଝଲକ ଟିକେ ପାଇବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ଘଣ୍ଟା ଘଣ୍ଟା ଯାଏଁ ଲାଇନରେ ଛିଡା ଛିଡ଼ା ହୁଅନ୍ତି । ଆଉ ଏଭିତରେ ଅମିତାଭ ପୁରୁଣା ଦିନର ସ୍ମୃତି ସବୁକୁ ମନେପକାଇ ଏକ ଫଟୋ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେସମୟରେ ଗୋଟେ ଝଲକ ପାଇବା ପାଇଁ ପ୍ରସଶଙ୍କ ମଧ୍ୟରେ ଯେମିତି ଏକ କ୍ରେଜ ଥିଲା ।
View this post on Instagram
୪୪ବର୍ଷ ପୁରୁଣା ଏହି ଫୋଟୋରେ ଅମିତାଭ ନିଜେ ନଥିଲେ ସୁଦ୍ଧା ଏହି ଫଟୋଟି ଯେମିତି ତାଙ୍କ ହୃଦୟକୁ ଖୁବ ଛୁଇଁଥିଲା । ଏଥିରେ ଅମିତାଭଙ୍କ ପ୍ରତି ଥିବା ତାଙ୍କ ଫ୍ୟାନ୍ସ ମାନଙ୍କ କ୍ରେଜ ବାରି ହୋଇପଡୁଛି । ତାଙ୍କ ଫିଲ୍ମକୁ ନେଇ ଲୋକେ କେତେ ବିବ୍ରତ ହୋଇପଡନ୍ତି ତାହା ବି ଜଣାଯାଉଛି | ଅମିତାଭ ସେୟାର କରିଥିବା ଏହି ଫଟୋର କ୍ୟାପ୍ସନରେ ଅମିତାଭ ଲେଖିଛନ୍ତିକି “ମୋ ଫିଲ୍ମ ଡନର ଆଡଭାନ୍ସ ବୁକିଙ୍ଗ” । ଆଜିକୁ ୪୪ବର୍ଷ ତଳେ ୧୯୭୮ ମସିହାରେ ଅମିତାଭ ଙ୍କ ଏହି ଫିଲ୍ମ ପରଦା ଉପରକୁ ଆସିଥିଲା । ଡନ, ୟାଦେନ, ତ୍ରିଶୂଳ, ମୁକନ୍ଦର କା ସିକନ୍ଦର, ଗଙ୍ଗା କି ସୌଗନ୍ଧ ଆଦି ରିଲିଜ ହୋଇଥିବା ବେଳେ ଗୋଟେ ବର୍ଷ ଭିତରେ ଏହି 5ଟି ଫିଲ୍ମ ବ୍ଳକମନବ୍ଲଷ୍ଟର ହିଟ ହୋଇଥିଲା ।
କିଛି ଫିଲ୍ମ ତ ୫୦ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିଲା । ଅମିତାଭଙ୍କ ଏହି ଫଟୋ ଉପରେ ଫ୍ୟାନ୍ସ ମାନେ ବି ଜବରଦସ୍ତ କମେଣ୍ଟ ଦେଇଛନ୍ତି । ଲୋକମାନେ ନିଜ ଭଲ ପାଇବା ଉଜାଡିବାରେ ଲାଗିଛନ୍ତି । ଜଣେ ୟୁଜର ଏମିତି ବି ଲେଖିଛନ୍ତି ଅମିତାଭ ଆପଣଙ୍କ ଜଲୱା ଥିଲା ରହିଥିବ ବି । ଆପଣ ହିଁ ଶତାବ୍ଦୀର ମହାନାୟକ ହିସାବରେ ଗଣାହେବେ । ୧୯୭୩ରେ ରିଲିଜ ହୋଇଥିବା ଜଂଜୀରରୁ ଅମିତାଭଙ୍କ ଆନ୍ଗ୍ରୀ ୟଙ୍ଗ ମ୍ୟାନ ଲୁକ ଲୋକଙ୍କ ସାମ୍ନାକୁ ଆସିଥିଲା ।