Below header

ବିବାହର ୭ ପରେ ମା’ ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ସ୍ୱାମୀଙ୍କ ସହିତ ଭିଡିଓ ସେୟାର କରି କଲେ ନିଜ ପ୍ରେଗନାନ୍ସି ଘୋଷଣା

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅଭିନେତ୍ରୀ ଅନିତା ହଂସନନ୍ଦାନୀ ନିଜ ଫ୍ୟାନମାନଙ୍କୁ ସବୁଠୁ ବଡ଼ ସରପ୍ରାଇଜ ଦେଇଛନ୍ତି। ୩୯ ବର୍ଷୀୟା ଅନିତା ଏବେ ମା’ ହେବାକୁ ଯାଉଛନ୍ତି। ସେ ନିଜ ପ୍ରେଗନାନ୍ସି ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଅନିତା ନିଜ ସ୍ୱାମୀ ରୋହିତ ରେଡ୍ଡୀଙ୍କ ସହିତ ଏକ ସୁନ୍ଦର ଭିଡ଼ିଓ ସେୟାର କରି ଘରକୁ ଜଣେ ନୂଆ ଅତିଥି ଆସୁଥିବା ଘୋଷଣା କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହାକୁ ସେୟାର କରିଛନ୍ତି।

an

ff

ତେବେ ଏହି ଭିଡ଼ିଓରେ ଆହୁରି ଏକ ସରପ୍ରାଇଜ ରହିଛି। ଏଥିରେ ଦୁଇଜଣ ନିଜର ପୂରା ଲଭଷ୍ଟୋରୀକୁ ମାତ୍ର କିଛି ସେକେଣ୍ଡ ଭିତରେ ଫ୍ୟାନମାନଙ୍କୁ ଦେଖାଇଛନ୍ତି। ଭେଟ ହେବାଠାରୁ ପ୍ରେମ ହେବା ଯାଏ, ପ୍ରପୋଜ କରିବା ଏବଂ ବିବାହ ହେବା ସହିତ ଏହି ଲଭଷ୍ଟୋରୀ ପ୍ରେଗନାନ୍ସି ପର୍ଯ୍ୟନ୍ତ ପହଞ୍ଚିଛି। ଭିଡ଼ିଓରେ ଅନିତା ନିଜର କ୍ୟୁଟ ବେବି ବମ୍ପକୁ ଫ୍ଲାଣ୍ଟ କରୁଥିବା ନଜର ଆସିଛନ୍ତି। ଭିଡ଼ିଓ ଭାଇରଲ ହେବା ପରେ ଏହି ଦମ୍ପତିଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। କହି ରଖୁଛୁ, ଅନିତା ଓ ରୋହିତ ୨୦୧୩ରେ ବିବାହ କରିଥିଲେ। ବିବାହର ୭ ବର୍ଷ ପରେ ସେମାନଙ୍କ ଘରକୁ କୁନି ଅତିଥି ଆସୁଛି।

 

View this post on Instagram

 

❤️+❤️=❤️❤️❤️ Love you @rohitreddygoa #gettingreadyforreddy

A post shared by Anita H Reddy (@anitahassanandani) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.