ଗୁଜରାଟରେ ତିଆରି ହେବ ଉଡ଼ନ୍ତା କାର, ରାସ୍ତାରେ ଟ୍ରାଫିକ୍‌ ଥିଲେ ଆପେ ଆପେ ଉଡ଼ିବ ଆକାଶରେ

ଅଫିସ ଯିବା ପାଇଁ ହେଉ କିମ୍ବା କୌଣସି ଜରୁରୀ କାମରେ, ସବୁବେଳେ ଟ୍ରାଫିକ୍‌ର ସାମ୍ନା କରିବାକୁ ପଡ଼ିଥାଏ। ଲମ୍ବା ଟ୍ରାଫିକ୍‌ର ସମସ୍ୟାକୁ ଦୃଷ୍ଟିରେ ରଖି କାର ନିର୍ମାତା କମ୍ପାନୀ ଏକ ଏଭଳି କାର ତିଆରି କରିଛନ୍ତି ଯେଉଁଥିରେ ବସି ଆପଣ ଟ୍ରାଫିକ୍‌ର ଟେନ୍‌ସନ୍‌ରୁ ଫ୍ରି ହୋଇ ଯାତ୍ରା କରିପାରିବେ। କାରଣ ଏହି କାର ରାସ୍ତାରେ ଚାଲିବନି ବରଂ ଆକାଶରେ ଉଡ଼ିବ। ଭାରତରେ ଖୁବ୍‌ଶୀଘ୍ର ଏଭଳି ଏକ କାର ଆସିବାକୁ ଯାଉଛି ଯାହା ଆପଣଙ୍କୁ ଆକାଶରେ ଉଡ଼ିବାର ମଜା ଦେବ।

car

ନେଦରଲ୍ୟାଣ୍ଡର PAL-V ଖୁବ୍‌ଶୀଘ୍ର ନିଜ ପ୍ଲାଣ୍ଟ ଭାରତରେ ତିଆରି କରିବାକୁ ଯାଉଛି। ନେଦରଲ୍ୟାଣ୍ଡର ଫ୍ଲାଇଂ କାର ନିର୍ମାତା କମ୍ପାନୀ PAL-V ଗୁଜରାଟରେ ପ୍ଲାଣ୍ଟ ତିଆରି କରିବାକୁ ଘୋଷଣା କରିଛନ୍ତି। ଏହି କାର ଆପଣଙ୍କୁ ଟ୍ରାଫିକ୍‌ ଟେନ୍‌ସନ୍‌ରୁ ସବୁଦିନ ପାଇଁ ମୁକ୍ତି ଦେବ। ତେବେ ଏହି କାର ଉଡ଼ିବା ପାଇଁ ଆପଣଙ୍କୁ କେବଳ ୩୦/୩୦ ଫୁଟ୍‌ର ଖୋଲା ଜାଗା ଦରକାର।

ଭାରତରେ ଏହି କାରର ଦାମ୍‌ ପ୍ରାୟ ୩.୫ରୁ ୪ କୋଟି ଟଙ୍କା ରହିବ। ରିପୋର୍ଟ ମୁତାବକ PAL-V ର ଭାଇସ୍‌ ପ୍ରେସିଡେଣ୍ଟ କାର୍ଲୋ ମାସବୋମିଲେ ଓ ଗୁଜରାଟର ପ୍ରଧାନ ସଚିବ ଏମ୍‌ କେ ଦାସଙ୍କ ମଧ୍ୟରେ PAL-V ମଧ୍ୟ ସ୍ୱାକ୍ଷରିତ ହୋଇସାରିଛି। କମ୍ପାନୀର ଅଧିକାରୀଙ୍କ ବୟାନ ମୁତାବକ ରାଜ୍ୟ ସରକାର PAL-V କୁ ପ୍ଲାଣ୍ଟ ସେଟ୍‌ଅପ୍‌ କରିବା ପାଇଁ ସବୁ ପ୍ରକାରର ସାହାଯ୍ୟ କରୁଛନ୍ତି। PAL-V ର ଇଣ୍ଟରନ୍ୟାସନାଲ ବିଜନେସ ଭାଇସ୍‌ ପ୍ରେସିଡେଣ୍ଟ କାର୍ଲୋ ମାସବୋମିଲେ କହିଛନ୍ତି ଚଳନ୍ତା କାର ୩ ମିନିଟ୍‌ ଚାଲିବା ପରେ ଉଡ଼ନ୍ତା କାରରେ ବଦଳିଯିବ। ଏହା ଲ୍ୟାଣ୍ଡ କରିବା ବେଳେ ତାହାର ଗୋଟିଏ ମାତ୍ର ଇଞ୍ଜିନ୍‌ କାମ କରିବ। ସେତେବେଳେ ଏହା ୧୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରିବ। ତେବେ ଏହି କାର ଭାରତକୁ ଆସିବା ପରେ ଟ୍ରାଫିକ୍‌ ଚିନ୍ତା ଆଉ ରହିବ ନାହିଁ ବୋଲି ଆଶା କରାଯାଉଛି।