ନିଜ ବାହାଘର କାର୍ଡ ନେଇ କାଶୀ ବିଶ୍ୱନାଥ ମନ୍ଦିର ଗଲେ ଗୋବିନ୍ଦାଙ୍କ ଭାଣିଜୀ, ଭୋଳାବାବାଙ୍କର ନେଲେ ଆଶୀର୍ବାଦ

କନ୍ୟା ସାଜିବେ ଆରତି । ଅଭିନେତ୍ରୀ ଆରତି ସିଂଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛି । ବହୁତ ଜଲ୍‌ଦି ସେ ହାତକୁ ଦି’ ହାତ ହେବେ ।

କନ୍ୟା ସାଜିବେ ଆରତି । ଅଭିନେତ୍ରୀ ଆରତି ସିଂଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛି । ବହୁତ ଜଲ୍‌ଦି ସେ ହାତକୁ ଦି’ ହାତ ହେବେ । ଏପ୍ରିଲ ୨୫ରେ ଦୁହିଁଙ୍କ ହାତଗଣ୍ଠି ପଡ଼ିବ । କୋଟିପତି ବ୍ୟବସାୟୀ ଦୀପକ ଚୌହାନଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଆରତି ସିଂ । ସେ ନିଜ ବିବାହକୁ ନେଇ ସୁପର ଏକ୍ସାଇଟେଡ୍‌ ମଧ୍ୟ ଅଛନ୍ତି । ତେବେ ଉଭୟଙ୍କର ଆରେଞ୍ଜ୍‌ ମ୍ୟାରେଜ ବୋଲି କୁହାଯାଉଛି ।

ଆରତି ସିଂ ହେଉଛନ୍ତି ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ଭାଣିଜୀ । ବିବାହ ପୂର୍ବରୁ ସେ କାଶୀ ବିଶ୍ୱନାଥ ମନ୍ଦିର ଯାଇ ସେଠାରେ ଭଗବାନଙ୍କୁ ଦର୍ଶନ କରିଛନ୍ତି । ନିଜ ବାହାଘର କାର୍ଡକୁ ସେ ଭଗବାନଙ୍କ ଚରଣରେ ରଖିଥିଲେ ଏବଂ ଭଲ ଜୀବନ ପାଇଁ ଆଶୀର୍ବାଦ ମାଗିଥିଲେ ।

କନ୍ୟା ସାଜିବାକୁ ଯାଉଥିବା ଆରତିଙ୍କ ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନାଲି ଶାଢି, ମୁଣ୍ଡରେ ଓଢ଼ଣୀ ପକାଇ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଥିଲେ । ସେ ନିଜ ବାହାଘର କାର୍ଡ ଧରି ମନ୍ଦିର ପ୍ରାଙ୍ଗଣରେ ଅନେକ ଫଟୋ କ୍ଲିକ୍‌ କରାଇଥିଲେ । ଆରତିଙ୍କ ଚେହେରାରେ ବିବାହର ଗ୍ଲୋ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ।

ସେ ନିଜ ବିବାହକୁ ନେଇ କେତେ ଯେ ଏକ୍ସାଇଟେଡ୍‌, ତାହା କାହାକୁ ଅଛପା ନାହିଁ । ତାଙ୍କ ଘର ମଧ୍ୟ କନ୍ୟା ପରି ସଜେଇ ହୋଇସାରିଛି । ଅଭିନେତ୍ରୀ ନିଜର ଭାବି ସ୍ୱାମୀ ଦୀପକଙ୍କୁ ନିଜ ଲାଇଫ୍‌ର ସବୁଠାରୁ ବେଷ୍ଟ୍‍ ଜିନିଷ ମାନନ୍ତି । ଉଭୟଙ୍କ ମଧ୍ୟରେ ଖୁବ୍‌ ଭଲ ପାଇବା ରହିଛି ।

ଅଭିନେତ୍ରୀଙ୍କ ବିବାହରେ ଫିଲ୍ମ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟି ଯୋଗଦେଇ ପାରନ୍ତି । କିନ୍ତୁ ସମସ୍ତଙ୍କ ନଜର ଗୋବିନ୍ଦାଙ୍କ ଉପରେ ରହିଛି । ଆରତି ମାମା ଗୋବିନ୍ଦାଙ୍କୁ ବିବାହର କାର୍ଡ ପଠାଇ ନିମନ୍ତ୍ରଣ କରିଛନ୍ତି । ସେ ଆଶା କରିଛନ୍ତି ଯେ ତାଙ୍କ ମାମା ବାହାଘରରେ ନିଶ୍ଚୟ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.