ହେବ କି ବର୍ଷା-ଅନୁଭବ ଫାଇଟ୍ !

ହେବ କି ବର୍ଷା-ଅନୁଭବ ଫାଇଟ୍ । ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ତାଙ୍କୁ ଏଯାଏ ଦଳ କେଉଁଠୁ ପ୍ରାର୍ଥୀ କରି ନାହିଁ । ଆଜି ବର୍ଷା ପ୍ରିୟଦର୍ଶିନୀ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌): ହେବ କି ବର୍ଷା-ଅନୁଭବ ଫାଇଟ୍ । ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ତାଙ୍କୁ ଏଯାଏ ଦଳ କେଉଁଠୁ ପ୍ରାର୍ଥୀ କରି ନାହିଁ । ଆଜି ବର୍ଷା ପ୍ରିୟଦର୍ଶିନୀ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି । ବିଜେଡିରେ ମିଶିବା ପରେ ବର୍ଷା ପ୍ରିୟଦର୍ଶିନୀ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ନବୀନ ସାରଙ୍କ ବଡ଼ ଫ୍ୟାନ । ସାରଙ୍କ ନିର୍ମଳ ଭାବମୂର୍ତ୍ତି ଓ ବ୍ୟକ୍ତିତ୍ବ ପ୍ରଭାବିତ କରିଛି । ସାର କେବେ ବି କାହା ବିଷୟରେ କହନ୍ତି ନାହିଁ । ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି ବର୍ଷା ।ଏହାପରେ ଚର୍ଚ୍ଚା ହେଉଛି ନିର୍ବାଚନ ମୈଦାନରେ ହେବ କି ବର୍ଷା-ଅନୁଭବ ଫାଇଟ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.