Google ବିକ୍ଷୋଭକାରୀଙ୍କ ଉପରେ ନେଲା ଆକ୍ସନ, ୨୮ ଜଣ ଚାକିରିରୁ ବହିଷ୍କୃତ

ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏଭଳି ପରିସ୍ଥିତିରେ ଗୁଗଲ୍ ଅଫିସରେ ବିକ୍ଷୋଭ କରୁଥିବା କର୍ମଚାରୀମାନେ କହିଛନ୍ତି ଯେ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀଗୁଡିକ ଇସ୍ରାଏଲ୍ ସରକାରଙ୍କୁ ସମର୍ଥନ କରୁଛନ୍ତି ।

Google ନିଜର ୨୮ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଗୁଗଲ୍‌ର କାଲିଫର୍ନିଆ ଏବଂ ନ୍ୟୁୟର୍କସ୍ଥିତ ଅଫିସ୍‌ରେ ଅନେକ କର୍ମଚାରୀ କମ୍ପାନୀ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ଅନେକ ବିକ୍ଷୋଭକାରୀ ଅଫିସ୍ ବସ୍‌ଙ୍କ କ୍ୟାବିନରେ ପହଞ୍ଚି ସେଠାରେ ପ୍ରଦର୍ଶନ କରିଥିଲେ । ଏହା ପରେ ପୋଲିସ ସେମାନଙ୍କୁ ଗିରଫ କରିିଥିଲା ।

ଦ ଭର୍ଜ ଏହାର ରିପୋର୍ଟରେ ଗୁଗଲର ଏକ ଇଣ୍ଟରନାଲ୍‌ ମେମୋ ସମ୍ପର୍କରେ ଦର୍ଶାଇଛି । ଅଫିସ୍ ମେମୋ ହେଉଛି ଏକ ଲିଖିତ ସୂଚନା, ଯାହା ପ୍ରାୟତଃ ଅଫିସ୍‌ରେ କାହାକୁ ସୂଚନା କିମ୍ବା ତାଙ୍କଠାରୁ ଉତ୍ତର ମାଗିବା ଉଦ୍ଦେଶ୍ୟରେ ଦିଆଯାଇଥାଏ । ଏହି ମେମୋରେ ଗୁଗଲର ଗ୍ଲୋବାଲ ସିକ୍ୟୁରିଟି ହେଡ୍‌ କ୍ରିସ ରାକୋ କହିଛନ୍ତି ଯେ ଏହି ପ୍ରକାରର ବ୍ୟବହାର କର୍ମକ୍ଷେତ୍ରରେ ବିଲ୍‌କୁଲ ବି ଗ୍ରହଣ କରାଯିବ ନାହିଁ ।

ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏଭଳି ପରିସ୍ଥିତିରେ ଗୁଗଲ୍ ଅଫିସରେ ବିକ୍ଷୋଭ କରୁଥିବା କର୍ମଚାରୀମାନେ କହିଛନ୍ତି ଯେ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀଗୁଡିକ ଇସ୍ରାଏଲ୍ ସରକାରଙ୍କୁ ସମର୍ଥନ କରୁଛନ୍ତି । ଯୁଦ୍ଧ ମଧ୍ୟରେ କୌଣସି ଏକ ଦେଶକୁ ଟେକ୍ନୋଲୋଜି ଦେବା ଠିକ୍ କି ?

ଗୁଗଲରୁ ବିଦା ହୋଇଥିବା ଏହି କର୍ମଚାରୀମାନେ କମ୍ପାନୀକୁ ଏଥିପାଇଁ ବିରୋଧ କରୁଛନ୍ତି, କାରଣ ସେମାନେ ଦାବି କରିଛନ୍ତି ଯେ ଏହା ପ୍ରୋଜେକ୍ଟ ନିମ୍ବସରେ ଜଡିତ । ପ୍ରୋଜେକ୍ଟ ନିମ୍ବସ୍ ହେଉଛି ୧.୨ ବିଲିୟନ୍‌ ଆମେରିକୀୟ ଡଲାରର ଏକ ପ୍ରୋଜେକ୍ଟ, ଯାହା ଇସ୍ରାଏଲ୍ ସରକାରଙ୍କ ସହିତ ଚୁକ୍ତି କରିଛି । ଏଥିରେ ଆମାଜନ ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

ଗୁଗଲ୍ କର୍ମଚାରୀମାନେ ପ୍ରଦର୍ଶନ କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏଠାରେ କିଛି ବିକ୍ଷୋଭକାରୀ ଅଫିସ୍ ବସ୍‌ଙ୍କ କ୍ୟାବିନରେ ପହଞ୍ଚି ଅନେକ ଘଣ୍ଟା ଧରି ବାହାରକୁ ଆସି ନ ଥିଲେ । ଏହାପରେ ପୋଲିସକୁ ଡକାଯାଇଥିଲା । ପୋଲିସ ପହଞ୍ଚି ସେମାନଙ୍କୁ ସେଠାରୁ ଆଣିଥିଲା ଏବଂ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.