ଭାରତୀଙ୍କ ଦାଢ଼ି-ନିଶ କମେନ୍ଟକୁ ନେଇ ତାତିଲେ ଶିଖ ସମ୍ପ୍ରଦାୟ, ସେପଟେ ସୋସିଆଲ ମିଡିଆରେ କ୍ଷମା ମାଗିଲେ କମେଡି କୁଇନ

ସୁପ୍ରସିଦ୍ଧ କମେଡିଆନ ଭାରତୀ ସିଂହ ବର୍ତ୍ତମାନ ସମୟରେ ନିଜର ଏକ ଭିଡିଓକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ପ୍ରକୃତରେ କିଛି ଦିନ ତଳେ ଭାରତୀ ଦାଢ଼ି ନିଶକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହା ପରେ ଶିଖ ସମ୍ପ୍ରଦାୟ ଭାରତୀଙ୍କ ଉପରେ ସେମାନଙ୍କ ଭାବନାକୁ ବାରମ୍ବାର ଅଘାତ କରିବା ନେଇ ଅଭିଯୋଗ ଆଣିଛନ୍ତି । ଏହା ସହ ତାଙ୍କ ବିରୋଧରେ କେଶ ମଧ୍ୟ ଫାଇଲ କରିଛନ୍ତି । ଅବଶ୍ୟ ଏନେଇ ଭାରତୀ ନିଜେ ହାତ ଯୋଡି ସମସ୍ତଙ୍କ ଠାରୁ କ୍ଷମା ମାଗିଛନ୍ତି । କାହା ଭାବନାକୁ କ୍ଷତି ପହଂଚାଇବା ତାଙ୍କର ଲକ୍ଷ ନଥିଲା ବୋଲି ନିଜ ସଫେଇରେ ଭାରତୀ କହିଛନ୍ତି । ନିଜ ଟିପ୍ପଣୀରେ ସେ କୌଣସି ଜାତି, ଧର୍ମ କିମ୍ବା ସମୁଦାୟର ନାଁ ନନେଇଥିବା ବୋଲି କହିଛନ୍ତି ।

 

View this post on Instagram

 

A post shared by Bharti Singh (@bharti.laughterqueen)

ଭାରତୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ଜସ୍ମିନ ଭାସିନଙ୍କ ସହ ଦାଢ଼ି, ନିଶ ସହ କମେଣ୍ଟ କରିଥିବା ଜଣାଯାଇଛି । ଯଦିବା ଭାରତୀ ମଜାକ ହିଁ କରିଛନ୍ତି । କିନ୍ତୁ କିଛି ଲୋକଙ୍କୁ ଭାରତୀଙ୍କ ଏହି ଷ୍ଟେଟମେଣ୍ଟ ବହୁତ ଖରାପ ଲାଗିଛି । ଯାହାପରେ ବିଭିନ୍ନ ଟ୍ୱିଟର ହ୍ୟାଣ୍ଡଲରେ ଭାରତୀଙ୍କୁ ନେଇ ବିରୋଧ ମଧ୍ୟ କରାଯାଇଥିବା ଲକ୍ଷ କରାଯାଇଛି । ଦେଶବ୍ୟାପି ବିରୋଧ ମୁଣ୍ଡ ଟେକିବା ପରେ ଏବେ ଭାରତୀ ହାତ ଯୋଡି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ଆଉ ସେପଟେ ଭାରତୀଙ୍କ କ୍ଷମା ପ୍ରାର୍ଥନାର ବି ସେମିତି କିଛି ପ୍ରଭାବ ପଡୁନାହିଁ । ଶିଖ ସମ୍ପ୍ରଦାୟର କିଛି ସଂଗଠନ ଭାରତୀଙ୍କ ବୟାନକୁ ନେଇ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତିଯେ ତୁରନ୍ତ ତାଙ୍କ ବିରୋଧରେ ଏଫଆଇଆର ଦରଜ କରାଯାଉ । କହିରଖିବା ଉଚିତ ହେବକି ଅମୃତସରରେ ଜନ୍ମ ନେଇଥିବା ଭାରତୀଙ୍କ ନାଁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗସ କେଶ ସହିତ ଯୋଡି ହୋଇଥିଲା । ଖାଲି ସେତିକି ନୁହେଁ ଭାରତୀଙ୍କ ସ୍ୱାମୀଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.