ଏମିତି କଣ ହେଲା କି ରାତି ଅଧରେ କାର୍ତ୍ତିକ ଆର୍ଯ୍ୟନ୍ ରାସ୍ତା କଡରେ ଖାଉଛନ୍ତି ଭାତ ଓ ପାମ୍ପଡ ? ତାଙ୍କୁ ଦେଖି ଫ୍ୟାନ୍ସ ହେଲେ ତାଯୁବ

ଆଜିକାଲି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଖୁବ ଚର୍ଚାରେ ଅଛନ୍ତି। ତାଙ୍କର ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଭୁଲ ଭୁଲେୟା-୨’ ବକ୍ସ ଅଫିସରେ ଧମାଲ ମଚାଉଛି ।ଏହି ସମୟରେ କାର୍ତ୍ତିକ ଆର୍ଯ୍ୟନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଛନ୍ତି ।

ସେଲିବ୍ରିଟି ଫଟୋଗ୍ରାଫର ବିରଲ ଭାୟାନୀ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ ମଧ୍ୟରାତ୍ରିରେ ମୁମ୍ବାଇର ରାସ୍ତା କଡ଼ରେ ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କାର୍ତ୍ତିକ ଆର୍ଯ୍ୟନଙ୍କୁ କେହି ଜଣେ ପଚାରୁଛନ୍ତି, ଏବେ ସମୟ କେତେଟା ହୋଇଛି? ଏହା ଉପରେ କାର୍ତ୍ତିକ କହିଛନ୍ତି, ‘ରାତି ୨ ଟା’ । ଏହା ପରେ କାର୍ତ୍ତିକଙ୍କୁ ପୁଣି ପଚାରିଥିଲେ ଯେ ସେ କଣ ଖାଉଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ସେ ନିଜ ପ୍ଲେଟ ଦେଖାଇ କହିଛନ୍ତି, ‘ଭାତ ଏବଂ ପାମ୍ପଡ ‘।

 

View this post on Instagram

 

A post shared by Viral Bhayani (@viralbhayani)

ଏହା ପରେ ସେହି ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ୧୦୦ କୋଟି ରୋଜଗାର କରି ଏସବୁ? ଉତ୍ତରରେ କାର୍ତ୍ତିକ କହିଛନ୍ତି , ‘ଏହା ହେଉଛି ୧୦୦ କୋଟିର ସୁଖ। ସବୁ ଖାଦ୍ୟ ସମାନ। ମୁଁ କ’ଣ କରିବି? ‘ ଏବେ ଖାଦ୍ୟ ଉପଲବ୍ଧ ନାହିଁ କି ଦୋକାନ ବି ଖୋଲା ନାହିଁ । ତେବେ ଶନିବାର କାର୍ତ୍ତିକ ଆର୍ଯ୍ୟନଙ୍କ‘ଭୁଲ ଭୁଲେୟା-୨’ ୧୦୦ କୋଟି ରୋଜଗାର କରିଛି।

କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି , ଯାହାକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରୁଛନ୍ତି ଏବଂ ସେୟାର କରୁଛନ୍ତି । କେବଳ ଏତିକି ନୁହେଁ, ଜଣେ ଉପଭୋକ୍ତା ଲେଖିଛନ୍ତି, ‘କାର୍ତ୍ତିକଙ୍କ ପରି କେହି ନାହାଁନ୍ତି’ । ଅନ୍ୟ ଜଣେ ଲେଖିଛନ୍ତି, ‘କାର୍ତ୍ତିକ ଭାଇ ସରଳ ଲୋକ । ତେବେ ଫିଲ୍ମ ‘ଭୁଲ ଭୁଲେୟା-୨’ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ କିଆରା ଆଡଭାନୀଙ୍କ ଯୋଡି କାର୍ତ୍ତିକଙ୍କ ସହ ଭଲ ମାନୁଛି। ଏହା ବ୍ୟତୀତ ସଞ୍ଜୟ ମିଶ୍ର, ରାଜପାଲ ଯାଦବ ଏବଂ ତବୁ ଭଳି ଷ୍ଟାର ମଧ୍ୟ ଏହି ଏହି ଫିଲ୍ମରେ ରୋଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.