ଫିଲ୍ମ ପାଇଁ ୯୨ କେଜି ଓଜନ ବଢ଼ାଇଥିବା ଭୂମି ପେଡ଼ନେକର ନୂଆବର୍ଷ ଆରମ୍ଭରୁ ସମୁଦ୍ରକୂଳରେ ଗାଧୋଇବା ବେଳର ନିଜ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏ ଅବସରରେ ଭୂମି ନିଜ ଜୀବନର କିଛି ଅନୁଭତି ବି ବଖାଣିଛନ୍ତି। ‘ଦମ୍ ଲଗାକେ ହଇଶା’ରେ ଶାଢ଼ି ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିଥିବା ଭୂମିଙ୍କୁ ପ୍ରଥମ ଥର ପାଇଁ ହଟ୍ ବିକିନୀରେ ସମୁଦ୍ରକୂଳରେ ଗାଧୋଇଥିବା ଦେଖିବାକୁ ମିଳିଛି।
ସମୁଦ୍ରକୂଳରେ ଗାଧୋଇବା ବେଳର ଭିଡିଓ ସେୟାର କରି ଭୂମି ଲେଖିଛନ୍ତି ‘ଗତ ଦଶନ୍ଧିରେ ମୁଁ ଅନେକଗୁଡ଼ିଏ ଖୁସି ପାଇଛି। ପ୍ରକୃତରେ ଏହା ହିଁ ଜୀବନ। ଏହି ଗୋଟିଏ ଦଶନ୍ଧି ମତେ ସାରା ଜୀବନ ପାଇଁ ପାଠ ପଢ଼ାଇଛି। ଏହି ଦଶନ୍ଧି ମତେ ମଜଭୁତ୍ ମଧ୍ୟ କରିଛି। ଏହି ଦଶନ୍ଧିରେ ମୁଁ ବହୁ ନିଜରଙ୍କୁ ହରାଇଛି, ଯାହାଙ୍କ ସ୍ଥାନ କେହି ନେଇପାରିବେ ନାହିଁ। କିନ୍ତୁ ଏହି ଦଶକ ମତେ ମୋ ସ୍ୱପ୍ନ ପୂରଣ କରିବାକୁ ଅବସର ଦେଇଛି। ଏହି ସମୟରେ ମୋ ପରିବାର ଓ ସାଙ୍ଗସାଥୀ ସବୁବେଳେ ମୋ ସହ ଅଛନ୍ତି’ ବୋଲି କହିଛନ୍ତି ଭୂମି।
View this post on Instagram
ଏଥିସହ ଭୂମି କହିଛନ୍ତି ଆଶା କରୁଛି ଆସନ୍ତା ଦଶକ ଆହୁରି ଭଲ ହେବ। ଆପଣ ସମସ୍ତଙ୍କୁ ଆସନ୍ତାବର୍ଷ ପାଇଁ ଶୁଭେଚ୍ଛା ଓ ଶୁଭକାମନା।
ସୂଚନାଯୋଗ୍ୟ ଯେ, ଆଗକୁ ଭୂମିଙ୍କୁ ଭୂତ ପାର୍ଟ ଓ୍ଵାନ୍, ଦ ହଣ୍ଟେଡ ସିପ୍ ଓ ଡଲି କିଟ୍ଟୀ ଔର ଓ୍ଵ ଚମକତେ ସିତାରେରେ ଦେଖିବାକୁ ମିଳିବେ। ପୂର୍ବରୁ ସେ ପତି ପତ୍ନୀ ଔର ଓ୍ଵ, ବାଲା, ଷାଣ୍ଢ କି ଆଖଁରେ ନଜର ଆସିଥିଲେ ଓ ସମସ୍ତ ଫିଲ୍ମ ହିଟ୍ ମଧ୍ୟ ହୋଇଥିଲା।