ପତି ପତ୍ନୀଙ୍କ ସମ୍ପର୍କକୁ ନିବିଡ କଲା ବିଗବସ, ମିଶିକି ସେଲିବ୍ରେଟ କଲେ ବିଗବସ ବିଜୟ

ବିଗ ବସ-14ର ବିଜେତା ହୋଇଥିବା ରୁବିନା ଦିଲୋକଙ୍କ ଖୁସି କହିଲେ ନ ସରେ । ପତ୍ନୀ ଟ୍ରଫି ଘରକୁ ଆଣିବା ପରେ ସ୍ୱାମୀ ଅଭିନବ ଶୁକ୍ଳାଙ୍କ ଖୁସି ବି ଆକାଶ ଛୁଇଁଲାଣି । କିନ୍ତୁ ଝୁସିର କଥା ବିଗବସକୁ ଆସିବା ପରେ ଦୁଇ ପତିପତ୍ନୀଙ୍କ ଭିତର ସମ୍ପର୍କକୁ ଆହୁରି ନିବିଡ କରିଛି । ଦୁହେଁ ଭିନ୍ନ ଭିନ୍ନ ତରିକାରେ ନିଜ ନିଜ ପ୍ରେମକୁ ପରସ୍ପର ସାମ୍ନାରେ ପ୍ରକାଶ କରିବାରେ ଲାଗିଛନ୍ତି । ଦୁହେଁ ଦୁହିଁଙ୍କ ପାଇଁ କେତେ ନିବିଡ ସେନେଇ ସମସ୍ତଙ୍କୁ ଅନୁଭବ ବି କରାଉଛନ୍ତି । ଖାଲି ସେତିକି ନୁହେଁ ସାଙ୍ଗ ମାନଙ୍କ ସହ ମିଶି ସ୍ତ୍ରୀଙ୍କ ପାଇଁ ଗୋଟେ ସରପ୍ରାଇଜ ପାର୍ଟିର ଆୟୋଜନ ବି କରିଥିଲେ ।

big boss
image courtesy: Times of India

ରୁବିନା ବିଜେତା ଘୋଷିତ ହୋଇ ଫେରିବା ପରେ ତାଙ୍କ ପରିବାର ଲୋକଙ୍କ ସମେତ କିଛି ବନ୍ଧୁ ଖୁବ ଧୁମଧାମରେ ତାଙ୍କ ସ୍ୱାଗତ କରିଛନ୍ତି । ଯାହାର ଫଟୋ ରୁବିନା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି | ଦୁଇ ପତି ପତ୍ନୀ କ୍ୟାମେରା ସାମ୍ନାରେ ପୋଜ ଦେଇଥିବା ବି ନଜର ଆସିଛନ୍ତି । ଆଉ ପାର୍ଟିର ଆୟୋଜନ ବି ଖୁବ ଆକର୍ଷଣୀୟ ହୋଇଛି । ସୁନେଲି, ଧଳା ସହ ରୋଜ ଗୋଲ୍ଡ ରଙ୍ଗର ବେଲୁନରେ ସଜା ଯାଇଥିଲା ପାର୍ଟି ରୁମ । ଆଉ ଏହି ବେଲୁନ ଉପରେ ଲେଖାଯାଇଥିଲା “ବସ ଏଣ୍ଡ ବସ ଲେଡୀ” । ଏମିତିକି ଏକ ଫଟୋରେ ଅଭିନବ ଆଉ ରୁବିନା ତାଙ୍କର ଅନ୍ୟ କେତେକ ସାଙ୍ଗ ମାନଙ୍କ ସହ ଏକା ସାଥିରେ ନଜର ଆସିଥିଲେ । ଏଥିରେ “ତନ୍ହାଜି”: ଦ ଅନସଙ୍ଗ ୱା ରିୟର”ର ଅଭିନେତା ଶରଦ କେଲକର ବି ନଜର ଆସିଛନ୍ତି । ଏହି ପୋଷ୍ଟରେ ବି ଅନେକ ସୁନ୍ଦର ସୁନ୍ଦର ଇମୋଜି ଵାଲା ପୋଷ୍ଟ ନଜର ଆସିଛି ।

ପାର୍ଟିର ଏକ ଭିଡିଓ ବି ସେୟାର କରିଥିଲେ ରୁବିନା । ଯେଉଁଥିରେ ସେ ଏକ କ୍ୟାଜୁଆଲ ଲୁକର ଟି- ସାର୍ଟ ସହ ଏକ ସର୍ଟ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.