ବଲିଉଡରୁ ବିଦାୟ ନେଲେ ବିଗ ବସ ଫେମ ସନା ଖାନ, ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଲେ ଏହି ମେସେଜ

ବିଗ ବସ ଫେମ ସନା ଖାନ ଗୁରୁବାର ବଲିଉଡ ଇଣ୍ଡଷ୍ଟ୍ରିରୁ ବିଦାୟ ନେବା ନେଇ ଘୋଷଣା କରିଛନ୍ତି ବଲିଉଡରୁ ବିଦାୟ ନେଲେ ସନା । ସୋସିଆଲ ମିଡ଼ିଆରେ ଏକ ମେସେଜ ପୋଷ୍ଟ କରି ସନା ନିଜର ଏହି ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି ବଲିଉଡରୁ ବିଦାୟ ନେଲେ ସନା ଏହା ପୂର୍ବରୁ କାଶ୍ମୀର ଗାର୍ଲ ତଥା ବଲିଉଡ ଆକ୍ଟ୍ରେସ ଜାୟରା ୱାସିମ ଏହି ସମାନ କାରଣ ଦେଖାଇ ବଲିଉଡରୁ ବିଦାୟ ନେଇଥିଲେ । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସନା ଲେଖିଛନ୍ତିକି, ” ଭାଇ ଓ ଭଉଣୀ ମାନେ….ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଆଜି ନେବାକୁ ଯାଉଛି । ମୁଁ ବର୍ଷ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅଛି । ଆଉ ଏହି ସମୟ ମଧ୍ୟରେ ମତେ ସବୁ ପ୍ରକାରର ସୁବିଧା, ବିପୁଳ ଧନ ଦୌଲତ, ଅନେକ ସମ୍ମାନ, ପ୍ରତ୍ତିପତ୍ତି ମିଳିଛି | ଆଉ ମଧ୍ୟ ଏହି ସମୟ ମଧ୍ୟରେ ମତେ ଅନେକ ଲୋକପ୍ରିୟତା ମିଳିଛି । “ନିଜର ଏହି ପତ୍ରରେ ସନା ଲେଖିଛନ୍ତିକି, ମଣିଷ ସବୁ ସମୟରେ ମନରେ ଏହି ଚିନ୍ତାଧାରା ରଖିବା ଉଚିତକି, ମୃତ୍ୟୁ କେବେ ବି ନିକଟତର ହୋଇପାରେ ଆଉ ମୃତ୍ୟୁ ପରେ ତା ଜୀବନରେ କି ପରିବର୍ତ୍ତନ ଆସିବ ? ଆଉ ଏହି ଦୁଇ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ହିଁ ମୁଁ ବଲିଉଡରୁ ବିଦାୟ ନେଇଛି ।

ସନା ଏହା ମଧ୍ୟ କହିଛନ୍ତିକି ସେ ଏହି ପ୍ରଶ୍ନର ଉତ୍ତର ଯେବେ ମୁଁ ଆମ ଧର୍ମୀୟ ଲୋକ ମାନଙ୍କୁ ପଚାରି ବୁଝିଥିଲି, ସେ କହିଥିଲେକି, ମୃତ୍ୟୁ ପରର ଜୀବନକୁ ସୁନ୍ଦର ଓ ସରଳ କରିବା ପାଇଁ ଆମକୁ ଏବେଠାରୁ ହିଁ ଚେଷ୍ଟା କରିବାକୁ ପଡିବ । ତେଣୁ ମୁଁ ନିଷ୍ପତ୍ତି ନେଇଛିକି ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇ ନିଜ ଜୀବନରେ କିଛିଟା ପରିବର୍ତ୍ତନ ଆଣିବି ଯାହା ଫଳରେ ଆଗାମୀ ଜୀବନ ମୋର ଭଲରେ କଟିବ । କହିରକହିବା ଉଚିତ ହେବଯେ, ସନା ପୂର୍ବରୁ ବିଗ- ବସ 6 ର ପ୍ରତିଦ୍ବନ୍ଦୀ ଥିବାବେଳେ ତାଙ୍କ ଜନ୍ମ ମୁମ୍ବଇର ଧରାବୀ ଠାରେ ହୋଇଥିଲା । ହାଲ୍ଲା ବୋଲ, ଜୟ ହୋ, ଵଜହ ତୁମ ହୋ, ଟଏଲେଟ – ଏକ ପ୍ରେମ କଥା ପରି ସିନେମାରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.