Below header

ହ୍ରିତ୍ବିକ, ପ୍ରିୟଙ୍କାଙ୍କ ସହିତ ଏମିତି କିଛି ବଲିଉଡ କଳାକାରଙ୍କୁ ନେଇ ଜାଣନ୍ତୁ କିଛି ଖାସ୍ ଖବର

ବଲିଉଡର ସୁପରଷ୍ଟାର ହ୍ରିତ୍ବିକ ରୋସନ ତାଙ୍କର ଆଗାମୀ ଫିଲ୍ମ ‘ସୁପର ୩୦’କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ମାସ ହେଲା ଏହି ଫିଲ୍ମର ସୁଟିଂରେ ସେ ବ୍ୟସ୍ତ ରହିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଏହି ଫିଲ୍ମ ରିଲିଜ ହୋଇଥାନ୍ତା, କିନ୍ତୁ ତାରିଖ ବଦଳିବା କାରଣରୁ ଫିଲ୍ମ ଜୁଲାଇ ମାସରେ ରିଲିଜ ହେବାର ସମ୍ଭାବନା ରହିଛି। ଏପଟେ ତାଙ୍କ ପୂର୍ବତନ ପତ୍ନୀଙ୍କ ସହ ହ୍ରିତିକଙ୍କୁ ବୁଲିବାର ଦେଖିବାକୁ ମିଳିଛି । ଯଦିଓ ହ୍ରିତ୍ବିକ ସୁଜୈନ ଖାନଙ୍କ ମଧ୍ୟରେ ୫ ବର୍ଷ ପୂର୍ବରୁ ଛାଡପତ୍ର ହୋଇ ସାରିଛି।

Satish-Kaushikହିନ୍ଦୀ ସିନେମାର ଶ୍ରେଷ୍ଟ ନିର୍ଦ୍ଦେଶକ ଏବଂ ଅଭିନେତା ସତୀଶ କୌସିକଙ୍କୁ ବର୍ତ୍ତମାନ ୬୩ ବର୍ଷ ବୟସ ହୋଇ ସାରିଛି। ସେ ୧୩ ଏପ୍ରିଲ ୧୯୫୬ରେ ହରିୟାଣାର ମହେନ୍ଦ୍ର ଜିଲ୍ଲା ଗଡ଼ରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୩ ମସିହାରେ ‘ରୂପ କି ରାନୀ ଚୋରୋ କା ରାଜା’ ଫିଲ୍ମରୁ ସେ ନିର୍ଦ୍ଦେଶନା କରିବା ଆରମ୍ଭ କରିଥିଲେ। ସତୀଶଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶକ ବୋନୀ କପୁର ହିଁ କାମ କରିବାର ସୁଯୋଗ ଦେଇଥିଲେ। ତେବେ ଜଣେ ଭଲ ହାସ୍ୟ ଅଭିନେତା ଭାବେ ମଧ୍ୟ ବଲିଉଡ୍‌ରେ ସତୀଶଙ୍କର ନାଁ ରହିଛି ।

mahikaବୋଲ୍ଡ ଫଟୋ ସୁଟ୍ କାରଣରୁ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ମାହିକା ଶର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ତାଙ୍କର ଲକ୍ଷ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରହିଛନ୍ତି। ମାହିକା ରାହୁଲଙ୍କୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିଛନ୍ତି- ରାହୁଲ ତାଙ୍କୁ ଭଲ ପାଉଛନ୍ତି କାରଣ ସେ ତାଙ୍କ କଥାରେ ଲୋକମାନଙ୍କୁ ହସାଇଥାନ୍ତି। ଆଗକୁ ଆହୁରି ମଧ୍ୟ ଲେଖିଛନ୍ତି ସମସ୍ତଙ୍କ ମୁହଁରେ ହସ ଆଣିବା ଜଣେ ରାଜାଙ୍କ ଦାୟିତ୍ବ।

Dishaସବ ଟିଭିର ଲୋକପ୍ରିୟ ସିରିଏଲ ‘ତାରକ ମେହେତା କା ଉଲଟା ଚଷମା’ର ଦର୍ଶକମାନେ ଦିଶା ବକାନୀଙ୍କୁ ପୁନର୍ବାର ଏହି ସିରିଏଲକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି। ଖବର ଅନୁଯାୟୀ ଦୟାବେନଙ୍କ ଅଭିନୟ କରୁଥିବା ଦିଶା ବର୍ତ୍ତମାନ ଏହି ସିରିଏଲକୁ ନଫେରିବା ପାଇଁ ସ୍ଥିର କରି ସାରିଛନ୍ତି। କିନ୍ତୁ ଏଭଳି ଏକ ଖବର ମଧ୍ୟ ଆସିଛି, ଯଦି ନିର୍ଦ୍ଦେଶକ ତାଙ୍କର ଏହି ସର୍ତ୍ତ ପୂରଣ କରିବେ ତେବେ ଦିଶା ସିରିଏଲକୁ ଫେରିବେ ବୋଲି କହିଛନ୍ତି।

priyanka-chopraMee tooରେ ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କହିଛନ୍ତି ବିତି ଯାଇଥିବା କିଛି ମାସ ପୂର୍ବରୁ Mee too ଜରିଆରେ କିଛି ଅଭିନେତାଙ୍କ ନା ଆସିବା ପରେ ବଲିଉଡରେ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି କେବେ ମହିଳାଙ୍କ ସହ ଯୌନ ଉତ୍ପୀଡନ ଏକ ଆଦର୍ଶ ପାଲଟି ସାରିଛି। ନ୍ୟୁୟର୍କ ୧୦ମ ‘‘ୱମେନ ଇନ ଦ ୱାର୍ଲ୍ଡ ସମିତି’’ ରେ ପ୍ରିୟଙ୍କା ଏହି କଥା କହିବା ପରେ Mee too ଜରିଆରେ ମଧ୍ୟ ଏହା ପ୍ରକାଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.