Below header

ରାକ୍ଷୀ ସାଓ୍ଵନ୍ତଙ୍କ ପରେ ଏବେ ଅର୍ଶୀ ଖାନ୍‌ଙ୍କର ହେବ ସ୍ୱୟଂବର, ଖୁବ୍‌ଶୀଘ୍ର ବନିବେ ‘ବୋହୂ’

ବିଗ୍‌ବସ୍‌ ୧୪ରେ ଚ୍ୟାଲେଞ୍ଜର ଭାବେ ଅଂଶଗ୍ରହଣ କରିଥିବା ଅର୍ଶୀ ଖାନ୍‌ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଅର୍ଶୀ ପୁଣିଥରେ ଛୋଟ ପରଦାରେ ନଜର ଆସିବେ। ରିପୋର୍ଟ ମୁତାବକ, ଅର୍ଶୀ ଖାନ୍‌ଙ୍କ ସ୍ୱୟଂବର ହେବ, ତାହା ପୁଣି ଟିଭିରେ।

ରାକ୍ଷୀ ସାଓ୍ଵନ୍ତ, ରତନ ରାଜପୁତ ଓ ଶେହନାଜ ଗିଲଙ୍କ ପରେ ଏବେ ଅର୍ଶୀ ଖାନ୍‌ ବି ସ୍ୱୟଂବର କରିବାକୁ ଯାଉଛନ୍ତି। ମେକର୍ସଙ୍କ ଆପ୍ରୋଚ୍‌କୁ ଅର୍ଶୀ ଖାନ୍‌ ସ୍ୱୀକାର କରିଛନ୍ତି। ମେକର୍ସ ଚାହୁଁଛନ୍ତି ଉକ୍ତ ଶୋ’କୁ ରାହୁଲ ମହାଜନ ହୋଷ୍ଟ କରନ୍ତୁ। ଏହା ଶୋ’ର ନାମ ରଖାଯିବ ‘ଆଏଙ୍ଗେ ତେରେ ସଜନା’(ସିଜନ୍‌ ୧ ଓ୍ଵିଥ୍‌ ଅର୍ଶୀ ଖାନ୍‌)।

ଏହା ପୂର୍ବରୁ ରାହୁଲ ମହାଜନ ମଧ୍ୟ ରିୟାଲିଟି ଶୋ’ରେ ବିବାହ କରିସାରିଛନ୍ତି। ସେ ରାହୁଲ କି ଦୁଲହନିଆଁରେ ଡିମ୍ପି ଗାଙ୍ଗୁଲିଙ୍କ ସହ ବିବାହ କରିଥିଲେ। କିନ୍ତୁ ଉକ୍ତ ସମ୍ପର୍କ ଅଧିକ ଦିନ ଯାଏଁ ତିଷ୍ଠି ପାରିନଥିଲା ଓ ଉଭୟେ ଅଲଗା ହୋଇଯାଇଥିଲେ।

ସୂଚନାଯୋଗ୍ୟ ଯେ ଅର୍ଶୀ ଖାନ୍ ଏବେ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ଏଥିପାଇଁ ସେ ସଲମାନ୍‌ ଖାନ୍‌ ଓ ବିଗ୍‌ବସ୍‌କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଅର୍ଶୀ ଖାନ୍‌ଙ୍କୁ ଜନତା କେତେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.