ବିପାଶା ହେବେ ଡ୍ୟାନ୍ସିଂ ରିଆଲିଟି ଶୋ ‘ ନଚ ବଲିୟେ ୧୦’ ର ଜଜ୍‌, କରନ କରିବେ ପ୍ରଯୋଜନା

ସେଲିବ୍ରିଟି ଡ୍ୟାନ୍ସ ଶୋ  ‘ନଚ ବଲିୟେ’ର ୧୦ମ ସଂସ୍କରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । କରନ ଜୋହର ନଚ ବଲିୟେ ୧୦ମ ସଂସ୍କରଣର ପ୍ରଡକ୍ସନ କରିବେ। ଏହାସହିତ ଆଉ ଏକ ନୂଆ ଖବର ଶୁଣିବାକୁ ମିଳୁଛି ଯେ, ଅଭିନେତ୍ରୀ ବିପାଶା ବାସୁ ଏଥିରେ ବିଚାରକ ଭାବେ ସାମିଲ ହୋଇପାରନ୍ତି । ଏଥିଲାଗି ଚ୍ୟାନେଲ କର୍ତ୍ତୁପକ୍ଷ ଏବଂ ଶୋ’ର ପ୍ରଯୋଜକ ତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ବିପାଶା କୌଣସି ଜବାବ ଦେଇନାହାନ୍ତି ।

Baliye

ଖବର ମୁତାବକ, ବିପାଶା ବସୁ, ଡେଭିଡ ଧଓ୍ଵନ, ବୈଭବୀ ମର୍ଚ୍ଚାଣ୍ଟଙ୍କ ସହିତ ପ୍ରଯୋଜକ ସଂସ୍ଥା କଥା ହେଉଛି। ଆଗାମୀ ସପ୍ତାହ ମଧ୍ୟରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ସୂଚନାଥାଉକି, ପ୍ରିନ୍ସ ନରୁଲା ଏବଂ ଯୁବିକା ଚୌଧୁରୀ ‘ନଚ ବଲିୟେ ସିଜନ୍-୯’ର ବିଜେତା ହୋଇଥିଲେ । ସଲମାନ୍ ଖାନ୍ ସେହି ସିଜନ୍ର ପ୍ରଯୋଜକ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.