‘ୟେ ଢ଼ାଇ କିଲୋ କା ହାତ. . .’ ଡାଇଲଗରେ ଲୋକଙ୍କୁ ଝୁମାଇଲେ ସନି ଦେଓଲ, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଆକ୍ଟର ଏବଂ ବିଜେପି ସାଂସଦ ସନି ଦେଓଲଙ୍କ ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡଆରେ ହଇଚଇ ସ୍ରୁଷ୍ଟି କରୁଛି। ସନି ଦେଓଲଙ୍କ ଏହି ଭିଡିଓ ଜବରଦସ୍ତ ଭାଇରାଲ ହେଉଛି। ସନି ଦେଓଲ ପଞ୍ଜାବର ବଟାଲାରେ ଥିବା ଆରଆର ବାଓ୍ଵା ଡିଏଭି କଲେଜରେ ପହଁଚିଥିଲେ ଏବଂ ଷ୍ଟୁଡେଣ୍ଟସଙ୍କ ସହିତ ଖୁବ୍‌ ଡ୍ୟାନ୍ସ କଲେ। କେବଳ ଏତିକି ନୁହେଁ ସେ ନିଜର ଜବରଦସ୍ତ ଡାଇଲଗରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିଥିଲେ। ଯେତେବେଳେ ସେ ‘ଢ଼ାଇ କିଲୋ କା ହାତ. . .’ କହିଲେ ସେତେବେଳେ ଷ୍ଟୁଡେଣ୍ଟସ ପୁରା ଖୁସିରେ ଝୁମି ଉଠିଲେ।


କଲେଜର ଏକ କାଯ୍ୟର୍କ୍ରମରେ ସିନ ଦେଓଲ ପହଁଚି ଗଦ୍ଦର ଫିଲ୍ମର ‘ମେ ନିକଲା ଗାଡି ଲେକେ. . .’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସନି ଦେଓଲ ନିଜର ପ୍ରଥମ ଲୋକସଭା ନିର୍ବାଚନ ଗୁରଦାସପୁରରେ ଭାଜପା ପ୍ରାର୍ଥୀ ଭାବରେ ବିଜୟ ଲାଭ କରିଥିଲେ। ସନି ଦେଓଲ ନିଜ ପରିବାରରେ ରାଜନୀତିରେ ପାଦ ଥାପିଥିବା ତ୍ରୁତୀୟ ବ୍ୟକ୍ତି ଅଟନ୍ତି। ତାଙ୍କ ବାପା ଧର୍ମେନ୍ଦ୍ର ବିଜେପି ସାଂସଦ ଥିଲେ। ସେହିପରି ତାଙ୍କ ସାବତ ମା ହେମା ମାଳିନୀ ମଧ୍ୟ ଭାଜପାର ସାଂସଦ ଅଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.