Below header

ବଦାନ୍ୟତା ପାଇଁ ନୁହେଁ ବେଆଇନ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ, ଅଭିଯୋଗ ଆଣିଲା BMC

ରିଲ ଲାଇଫରୁ ରିୟଲ ଲାଇଫ ହିରୋ ପାଲଟିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ଏଥର କିନ୍ତୁ ବଦାନ୍ୟତା ଦେଖେଇବା ପାଇଁ ନୁହେଁ, ବେଆଇନ ନିର୍ମାଣ ପାଇଁ । ସୋନୁଙ୍କ ବିରୋଧରେ ଅଭିଯୋଗ ଆଣିଛି ବୃହ ମୁମ୍ବାଇ ନଗର ନିଗମ ବା ବିଏମସି । ମଙ୍ଗଳବାର ବମ୍ବେ ହାଇକୋର୍ଟରେ ବିଏମ୍ସି ପକ୍ଷରୁ ଦାଖଲ ହୋଇଥିବା ଯାଚିକାରେ ସୋନୁ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଦର୍ଶାଯାଇଛି । ଜୁହୁ ସ୍ଥିତ ଏକ ଅପରିତ୍ୟକ୍ତ ସ୍ଥାନରେ ସୋନୁ ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁରଖିଛନ୍ତି ବୋଲି ତାଙ୍କ ନାଁରେ ଅଭିଯୋଗ ଆସିଛି ।

ସୂଚନା ଦେଉଛୁକି, ଗତ ବର୍ଷ ଅକ୍ଟୋବରରେ ସୋନୁଙ୍କୁ ନୋଟିସ ଜାରି ହୋଇଥିଲା । ଯାହାକୁ ଡିସେମ୍ବର ମାସରେ ସୋନୁ ଅଦାଲତରେ ଚ୍ୟାଲେଞ୍ଜ କରିଥିବା ବେଳେ ଅଦାଲତ ତରଫରୁ ଏହାକୁ ଖାରଜ କରାଯାଇଥିଲା । ଏହା ପରେ ସୋନୁ ମୁମ୍ବାଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ସୂଚନା ଦେଉଛୁକି, ୨୦୧୮ ମସିହା ସେପ୍ଟେମ୍ବର ମାସରେ ଅବୈଧ ନିର୍ମାଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କିନ୍ତୁ ସୋନୁ ଏହାକୁ ମାନି ନଥିଲେ ।

ନିଜ ନୋଟିସରେ ବିଏମ୍ସି ଦର୍ଶାଇଛିଯେ, ସୁଦ ଜୁହୁ ସ୍ଥିତ ୬ ମହଲା ବିଶିଷ୍ଟ “ଶକ୍ତି ସାଗର” ନାମକ ଏକ ବଙ୍ଗଳାକୁ ପୁନ୍ହ ନିର୍ମାଣ କରି ଏକ କମରସିଆଲ ହୋଟେଲ ତିଆରି କରିବାକୁ ଚେଷ୍ଟା ଚଳାଇଛନ୍ତି । ବେଆଇନ ଭାବରେ ଟଙ୍କା ରୋଜଗାର କରିବା ନେଇ ଅଭିଯୋଗ ଆସିଛି । ଲାଇସେନ୍ସ ବିଭାଗର ଅନୁମତି ବିନା ଅପରିତ୍ୟକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିଛନ୍ତି ସୋନୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.