ପୁଣି ବଢ଼ାଇଲେ ସହଯୋଗର ହାତ, ନେଟୱାର୍କ ସମସ୍ୟା ସମାଧାନ ପାଇଁ ନିର୍ମାଣ କରିବେ ମୋବାଇଲ ଟାୱାର

ବଲିଉଡ଼ ଅଭିନେତା ସୋନୁ ସୁଦ କରୋନା କାଳରେ ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । ଲୋକଙ୍କ ସବୁ ସମସ୍ୟାର ସମାଧାନ ପାଇଁ ସୋନୁ ପ୍ରାଣେ ପ୍ରାଣେ ଚେଷ୍ଟା ମଧ୍ୟ କରୁଛନ୍ତି । ସବୁ ପରିସ୍ଥିତି ସହ ଲଢ଼ିବା ପାଇଁ ଲୋକଙ୍କୁ ଉଚିତ ପରାମର୍ଶ ମଧ୍ୟ ଦେଉଛନ୍ତି । ସହାୟତାର ହାତ ବଢ଼ାଇ ସୋନୁ ନିକଟ ଅତୀତରେ ଅନେକ ପ୍ରଶଂସା ସହ ଢ଼େର ଭଲପାଇବା ଏବଂ ଲୋକଙ୍କଠୁ ଆଶିର୍ବାଦ ପାଇଛନ୍ତି ।

ସୋନୁଙ୍କ ଏହି ସହାୟତା ଲୋକଙ୍କ ମନରେ ଅନେକ ଆଶା ସଞ୍ଚାର କରୁଛି । କରୋନା କାଳରେ ଏବେ ସବୁ ପିଲାଙ୍କ ପାଠପଢ଼ା ଅନଲାଇନରେ ହେଉଛି । କିନ୍ତୁ ଏହି ସମୟରେ ନେଟୱାର୍କ ସମସ୍ୟା ମଧ୍ୟ ଅନେକ ଦେଖାଯାଉଛି । ଯାହାଦ୍ୱାରା ଦୂରଦୂରାନ୍ତରେ ଥିବା ପିଲାମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହାଦ୍ୱାରା ପାଠପଢ଼ାରେ ମଧ୍ୟ ଅନେକ ବାଧା ଉପୁଜୁଛି । ଏହାକୁ ଜାଣିଲା ପରେ ସୋନୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ମୋବାଇଲ ଟାୱାର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମାମଲା ଆସିଛି ଉତ୍ତର କେରଳ ଅଞ୍ଚ ଳର । ଉତ୍ତର କେରଳର ୱାୟନାଡରେ ଏହି ସମସ୍ୟା ଦେଖିବାକୁ ମିଳିଛି । ସରକାରୀ ଡାଟା ଅନୁଯାୟୀ, ଏହି ଜିଲ୍ଳାରେ ୭୪.୧୦% ଏରିଆ ଜଙ୍ଗଲରେ ପରିପୂର୍ଣ୍ଣ । ଏହିଠାରେ ଆଦିବାସୀ ବସବାସ କରନ୍ତି । ଘଞ୍ଚ ଜଙ୍ଗଲ ହେତୁ ଏହିଠାରେ ଶୁଦ୍ଧ ବାତାବରଣ ରହିଛି । କିନ୍ତୁ ନେଟୱାର୍କ ସମସ୍ୟା ପାଇଁ ପିଲାଙ୍କ ପାଠପଢ଼ାରେ ଅନେକ ବାଧା ଉପୁଜୁଛି । ଏହି ସମସ୍ୟା ସମ୍ପର୍କରେ ନ୍ୟାସନାଲ ନ୍ୟୁଜ ଚ୍ୟାନେଲରେ ଦେଖିଲାପରେ ସୋନୁ ସୁଦ ଏହାକୁ ନେଇ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ପିଲାଙ୍କ ପାଠପଢ଼ା ପାଇଁ ସୋନୁ ମୋବାଇଲ ଟାୱାର ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ପର୍କରେ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.