ପାରିବାରିକ କଳହର କରୁଣ ପରିଣତି, ମଦ୍ୟପ ସ୍ୱାମୀ ନେଲା ସ୍ତ୍ରୀର ଜୀବନ

ନବରଙ୍ଗପୁର(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି। ମଦ୍ୟପ ସ୍ୱାମୀ ନେଲା ସ୍ତ୍ରୀର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି , ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ଥାନା ଅନ୍ତର୍ଗତ ଉମରଗାଁରେ। ଗ୍ରାମର ବନମାଳୀ ଭତ୍ରା ତାଙ୍କ ସ୍ତ୍ରୀ ବୁଦମଣି ଭତ୍ରା କୁ ହତ୍ୟା କରିଥିବାର ଅଭିଯୋଗ ଆସିଛି ।

କୌଣସି ଏକ ପାରିବାରିକ ଘଟଣାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ର ରୂପ ଧାରଣ କରି ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ୱାମୀ , ସ୍ତ୍ରୀ ବୁଦମଣିଙ୍କୁ ଏକ କାଠ ଫାଳିଆ ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଅନେକ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହୁଥିବା କଥା କହୁଛନ୍ତି ଗ୍ରାମବାସୀ ।

ଅଭିଯୋଗ ପାଇ କୋଶାଗୁମୁଡ଼ା ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଲାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.