Below header

ବର୍ଷିୟାନ୍‌ ଅଭିନେତା ଶ୍ରୀରାମ ଲାଗୁଙ୍କ ଦେହାନ୍ତ, ପୁନେର ଦୀନନାଥ ହସପିଟାଲରେ ୯୨ ବର୍ଷ ବୟସରେ ମୃତ୍ୟୁ

ବର୍ଷିୟାନ୍‌ ଅଭିନେତା ଶ୍ରୀରାମ ଲାଗୁଙ୍କ ଦେହାନ୍ତ । ପୁନେର ଦୀନନାଥ ହସପିଟାଲରେ ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଶତାଧିକ ହିନ୍ଦୀ ଓ ୪୦ରୁ ଅଧିକ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ ଶ୍ରୀରାମ ଲାଗୁ । ପେଶାରେ ସେ ଡାକ୍ତର, ନିଶା ଥିଲା ଅଭିନୟ କରିବା । ଥିଏଟର ଆର୍ଟିଷ୍ଟ ଭାବେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ପରେ ମରାଠୀ ଓ ବଲିଓଡରେ ଜଣେ ନାମକରା ଅଭିନେତା ଭାବେ ପରିଚୟ ସୃଷ୍ଟି କରିପାରିଥିଲେ । ନଭେମ୍ବର ୧୬ ୧୯୨୭ମସିହାରେ ସେ ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.