ସୋସିଆଲ ମିଡିଆରେ ନିଜ ପୁଅଙ୍କ ନାଁରେ ନେଗେଟିଭ କମେଣ୍ଟ ଶୁଣି ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ସୈଫ

ସୈଫ ଅଲ୍ଲି ଖାନ ଏବଂ କରୀନା କପୁର ଦୁଇଜଣ ସୋସିଆଲ ମିଡିଆରେ ନିଜ ପିଲାଙ୍କୁ ନେଇ ସର୍ବଦା ଟ୍ରୋଲରେ ରହୁଛନ୍ତି। ବଡ଼ ପୁଅର ନାମ ତୈମୁର ଅଲ୍ଲୀ ଖାନ ରଖିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଟ୍ରୋଲ ହେଉଥିଲେ ।ଏହାପରେ ଏବେ ସାନପୁଅକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସଛନ୍ତି।

ସାନପୁଅର ନାମକୁ ନେଇ ପୁଣିଥରେ ଏହି କପଲ ଟ୍ରୋଲିଂ ହୋଇଛନ୍ତି। ସାନପୁଅର ନାମ ହେଉଛି ଜାହାଙ୍ଗୀର ଅଲ୍ଲି ଖାନ । ନାଁ କୁ ନେଇ ପୁଣି ଥରେ ନେଗେଟିଭ କମେଣ୍ଟ ସାମ୍ନାକୁ ଆସିଛି। ତେବେ ଏହା ବାରବାର ହେବା ପେ ଉଭୟେ ଚୁପ ରହିଥିଲେ। କିନ୍ତୁ ଏବେ ସୈଫ ପାଟି ଖୋଲିଛନ୍ତି। ନେଗେଟିଭ କମେଣ୍ଟ ଦେବା ଲୋକଙ୍କ ଉପରେ ରାଗ ବର୍ଷାଇଛନ୍ତି।

କରୀନାଙ୍କ ସାନ ପୁଅ ୨୦୨୧ ଫେବୃଆରୀରେ ଜନ୍ମ ହୋଇଥିଲା। ଏହାପରେ କପଲ ଦୁହେଁ ମିଶି ସାନପୁଅର ନାମ ଜାହାଙ୍ଗିର ରଖିଥିଲେ। କିନ୍ତୁ ପୂର୍ବ ଥର ଭଳି ଏଥର ମଧ୍ୟ ପୁଅ ନାମକୁ ନେଇ ଦୁହିଁଙ୍କୁ ଟ୍ରୋଲିଂର ସାମ୍ନା ହେବାକୁ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.