ସେହି ୪ ଫୁଟ ରହିବ ମୂର୍ତ୍ତି ଉଚ୍ଚତା, ବଳବତ୍ତର ରହିବ ଅଗଷ୍ଟ ୯ ଗାଇଡ଼ଲାଇନ: SRC

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟବାସୀଙ୍କୁ ଗଣେଶ ପୂଜା ଏବଂ ନୂଆଁଖାଇର ଶୁଭେଚ୍ଛା ଜଣାଇ ମୂର୍ତ୍ତି ଉଚ୍ଚତା  ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ  ବିବୃତି ରଖିଲେ ଏସଆରସି।କୋଭିଡ କଟକଣା ଦୃଷ୍ଟିରୁ ପାର୍ବଣରେ ବଢ଼ିବନି ମୂର୍ତ୍ତି ଉଚ୍ଚତା । ୪ ଫୁଟ୍‌ରେ ସୀମିତ ରହିବ ମୂର୍ତ୍ତି ଉଚ୍ଚତା।କୋଭିଡ ନିୟମ ମାନି ପରମ୍ପରା ରକ୍ଷା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି। ଏହା ସହ ଏସଆରସି କହିଛନ୍ତି,ଅଗଷ୍ଟ ୯ ଗାଇଡଲାଇନ୍‌ ବଳବତ୍ତର ରହିବ । ଦ୍ୱିତୀୟ ଲହରୀ ଏଯାଏ ସରିନି ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ବର୍ତ୍ତମାନ ସମୟରେ ଆମକୁ କୋଭିଡ ନିୟମ ମାନି ନୂଆଁଖାଇ ପାଳନ କରିବା ଦରକାର। ଅଜଥାରେ  ମନ୍ଦିରରେ ଭିଡ କରିବା ନାହିଁ ।

ପରିବାର ଲୋକଙ୍କ ମଧ୍ୟରେ ନୂଆଁଖାଇ ପାଳନ କରିବା।  ବିଶ୍ୱରେ ଆମେରିକା ଓ ୟୁରୋପ ପୁଣି କରୋନା ବଢୁଛି କେରଳରେ ଦୈନିକ ୩୦ ରୁ ୩୫ ହଜାର ସଂକ୍ରମଣ ରହୁଛି। ଓନାମ ପର୍ବ ପରେ କେରଳରେ ସଂକ୍ରମଣ ବଢିଲା ତେଣୁ କୁମ୍ଭମେଳା ଓ ଓନାମ୍‌ରୁ ଅନେକ କିଛି ଶିଖିବାର ଅଛି।  ଆମେରିକାରେ ଯାହା ହୁଏ ଭାରତରେ ତାହା ୨ ମାସ ପରେ ହୁଏ । ତେଣୁ ସମସ୍ତଙ୍କୁ ଏଥିପ୍ରତି ସଚେତନ ହେବା ଦରକାର ବୋଲି ଏସଆରସି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.