ପ୍ରଥମ ଭାରତୀୟ ସେଲିବ୍ରିଟି ରୂପେ Forbes 2020 ଲିଷ୍ଟରେ ସାମିଲ ହେଲେ ଅକ୍ଷୟ କୁମାର

ବଲିଉଡ ଖିଲାଡି କୁମାର ଅର୍ଥାତ ଅକ୍ଷୟ କୁମାର ନିଜର ଦମଦାର ଫିଲ୍ମରୁ ବକ୍ସ ଅଫିସରେ ନିଜର ଲୋକପ୍ରିୟତା ହାସଲ କରିପାରିଛନ୍ତି। ଯାହାଦ୍ୱାରା ସେ ଦୁନିଆର ସବୁଠାରୁ ସଫଳ ସେଲିବ୍ରେଟିମାନଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି। ଫୋର୍ବସ ଗୈଗଜିନର ଟପ ୧୦୦ ସେଲିବ୍ରିଟିଙ୍କ ଲିଷ୍ଟରେ ସାମିଲ ହୋଇଥିବା ଅକ୍ଷୟ କୁମାର ଏକମାତ୍ର ଭାରତୀୟ କଳାକାର। ସୂଚନା ମୁତାବକ ଅକ୍ଷୟ ଏହି ଲିଷ୍ଟରେ ହଲିଉଡ ଅଭିନେତା ଵିଲସ୍ମିଥ ଏବଂ ଜେନିଫର ଲୋପେଜଙ୍କ ଭଳି ଦିଗଜ୍ଜ କଳାକାରମାନଙ୍କୁ ପଛରେ ପକାଇଛନ୍ତି।

akhyay kumar

ଫୋର୍ବସ ପ୍ରତ୍ୟେକ ବର୍ଷ ଦୁନିଆରେ ସବୁଠାରୁ ଅଧିକ ଆୟ କରିଥିବା ୧୦୦ ସେଲିବ୍ରେଟିମାନଙ୍କ ଲିଷ୍ଟ ବାହାର କରିଥାଏ। ଚଳିତ ବର୍ଷ ୨୦୨୦ ଲିଷ୍ଟର ୫୨ ନମ୍ବରରେ ଅକ୍ଷୟଙ୍କ ନାଁ ରହିଛି। ତାଙ୍କର ସମୁଦାୟ ୪୮.୫ ମିଲିୟନ ଡଲାର। ସବୁଠାରୁ ଖାସ କଥା ହେଉଛି ଅକ୍ଷୟ କୁମାର ଗତ ୨୦୧୯ରେ ଫୋର୍ବସ ହାଇଏଷ୍ଟ ପେଡ ସେଲିବ୍ରିଟିଙ୍କ ମଧ୍ୟରେ ନିଜ ନାଁ ସାମିଲ କରିପାରିଛନ୍ତି। ଏହି ଲିଷ୍ଟରେ ଅକ୍ଷୟ ୪ର୍ଥ ନମ୍ୱର ସ୍ଥାନରେ ରହିଛନ୍ତି।

ଏହି ଲିଷ୍ଟରେ ଟପ ୧୦ ସେଲିବ୍ରିଟିମାନଙ୍କ ମଧ୍ୟରେ କାୟଲ ଜେନର, କାନୟେ ୱେଷ୍ଟ, ରୋଜର ଫେଡରର, କ୍ରିଷ୍ଟିୟାନି ରୋନାଲଡୋ, ଲାୟନେଲ ମେସି, ଟାୟଲର ପେରି, ନେୟମାର, ହାୱର୍ଡ ଷ୍ଟର୍ନ, ଲେବ୍ରାନ ଜେମ୍ସ ଏବଂ ଡୱେନ ଜନସନ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.