ଗାନ୍ଧୀଗିରୀକୁ ମନେ ପକାଇଲେ ବିଲିଉଡ ଷ୍ଟାର ସଞ୍ଜୟ ଦତ୍ତ, ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନଙ୍କୁ ଜଣାଇଲେ ଶୁଭେଚ୍ଛା

କେନ୍ୟୁଜ୍(ବ୍ୟୁରୋ): ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଗିରୀକୁ ମନେ ପକାଇଛନ୍ତି ବିଲିଉଡ ଷ୍ଟାର ସଞ୍ଜୟ ଦତ୍ତ । ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବହୁଚର୍ଚ୍ଚିତ ମୁଭି ‘ଲଗେ ରହୋ ମୁନ୍ନା ଭାଇ’ର ଭିଡିଓ କ୍ଲିପ ପୋଷ୍ଟ କରିଛନ୍ତି । ଫିଲ୍ମରେ ସଞ୍ଜୁ ବାବା ଭିନ୍ନ ଅନ୍ଦାଜରେ ଦେଖାଇଥିବା ଗାନ୍ଧୀଙ୍କ ସିଦ୍ଧାନ୍ତଙ୍କୁ ଫ୍ୟାନ ପ୍ରଶଂସା କରିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ସଞ୍ଜୟ ଦତ୍ତ ଫିଲ୍ମର ଏକ ଦୃଶ୍ୟକୁ ନିଜ ଫ୍ୟାନଙ୍କୁ ସେୟାର କରିଛନ୍ତି । ଏଥିରେ ଗାନ୍ଧିଜୀଙ୍କ ବିଚାରଧାରାକୁ ମୁନ୍ନା ଭାଇ ଟ୍ଵିଷ୍ଟ ଦେଇ ପରିବେଷଣ କରିଥିଲେ । ଫିଲ୍ମର ସଞ୍ଜୟ ଦତ୍ତ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସାମ୍ନାରେ ହାତ ଯୋଡି ନମସ୍କାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ବଦଳରେ ଗାର୍ଡ ସଞ୍ଜୟ ଦତ୍ତଙ୍କୁ ଚାପୁଡା ମାରୁଛି । ଏହା ପରେ ଫିଲ୍ମରେ ସର୍କିଟ ଭୂମିକାରେ ଅଭିନୟ କରିଥିବା ଅରଶଦ ବାରସୀ ଗାର୍ଡକୁ ମାଡ ମାରିବାକୁ ଆସୁଥିଲେ । ତେବେ ଏହି ସମୟରେ ସଞ୍ଜୟ ଦତ୍ତ ସର୍କିଟଙ୍କୁ ରୋକିବା ସହ ଗାର୍ଡଙ୍କୁ ଅନ୍ୟ ଗାଲ ଦେଖାଇଥିଲେ । ଗାର୍ଡ ଅନ୍ୟ ଗାଲକୁ ବି ଚାପୁଡା ମାରିବା ପରେ ସଞ୍ଜୟ ଦତ୍ତ ରାଗି ଯାଇ ଗାର୍ଡଙ୍କୁ ପଞ୍ଚ ମାରି କହିଥିଲେ । ଜବ ଦେନୋ ଗାଲୋ କୋ ପଡ ଜାତେ ହେ ତୋ କ୍ୟା କରନେ କା ୟେ ବାପୁ ନେ ନେହିଁ ବୋଲା । ଅର ବୋ ସମ୍ଭଳଯାତା ହୈ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ବହୁ ଲୋକ ଏହାକୁ ଲାଇକ କରିବା ସହ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.