ପାର୍ବଣ ବେଳେ ରାଜଧାନୀବାସୀ ସତର୍କ ରୁହିବାକୁ ଡିସିପିଙ୍କ ପରାମର୍ଶ: ସତର୍କ ରୁହନ୍ତୁ, ନିରାପଦ ରୁହନ୍ତୁ

ଭୁବନେଶ୍ବର(କେନ୍ୟୁଜ୍):ପାର୍ବଣ ବେଳେ ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଭୁବନେଶ୍ୱର ଡିପିସି ପ୍ରତୀକ ସିଂ। ରାଜଧାନୀବାସୀ ଦଶହରାରେ ବାହାରକୁ ଗଲେ କିମ୍ବା ମେଢ ବୁଲିବାକୁ ଗଲେ ଘରକୁ କାହାର ଦାୟିତ୍ୱରେ ଛାଡ଼ି ଯିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ଦିନ ପାଇଁ ବାହାରକୁ ଗଲେ ନିକଟସ୍ଥ ଥାନାକୁ ସୂଚିତ କରିବାକୁ କହିଛନ୍ତି ଡିସିପି।

ଭିଡ଼ ବେଳେ ବାଇକ ଲୁଟେରା ସକ୍ରିୟ ଥିବାରୁ ଗାଡ଼ିମାଲିକଙ୍କୁ ଡବଲ ଲକ୍‌ ବ୍ୟବହାର ପାଇଁ କୁହାଯାଇଛି। ଗାଡ଼ିରେ କୌଣସି ମୂଲ୍ୟବାନ ଜିନିଷ ନରଖିବାକୁ ପରାମର୍ଶ ଦେଇଛନ୍ତି ଡିସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.